ବିନା ଖର୍ଚ୍ଚରେ କରନ୍ତୁ ହେୟାର ଷ୍ଟ୍ରେଟନିଂ । ଘରେ ପ୍ରସ୍ତୁତ କରନ୍ତୁ ମାସ୍କ

ବିନା ଖର୍ଚ୍ଚରେ କରନ୍ତୁ ହେୟାର ଷ୍ଟ୍ରେଟନିଂ । ଘରେ ପ୍ରସ୍ତୁତ କରନ୍ତୁ ମାସ୍କ

Source:Well Or Die

ଆଜିର ଦିନରେ ଲମ୍ବା କେଶ ସାଙ୍ଗକୁ ହେୟାର ଷ୍ଟ୍ରେଟନିଂ କରିବା ମହିଳାଙ୍କ ପାଇଁ ଏକ ଫ୍ୟାସନ ହୋଇଗଲାଣି । ତେଣୁ କେଶକୁ ସିଧା କରିବାକୁ ମହିଳାମାନେ ଘଂଟା ଘଂଟା ଧରି ପାଲରରେ ସମୟ ବିତାଉଛନ୍ତି । ଏଥିସହିତ ଷ୍ଟ୍ରେଟନିଂ କେଶର ଯନ୍ତ୍ରନେବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ବି ପଛାଉନାହାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପଚାର ସଂପର୍କରେ ଜଣାଇବୁ, ଯାହାଦ୍ୱାରା ଆପଣ ଘରେ ହିଁ ହେୟାର ମାସ୍କ ପ୍ରସ୍ତୁତ କରିପାରିବେ ଆଉ ସବୁଠାରୁ ବଡ କଥା ହେଲାକି ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା

ଘରେ କରନ୍ତୁ ହେୟାର ଷ୍ଟ୍ରେଟନିଂ

ଆଲୋବେରା ଏବଂ ନଡିଆତେଲ

ଆଲୋବେରା ଜେଲ୍ ଏବଂ ନଡିଆ ତେଲକୁ କିଛି ସମୟ ଧରି ମିଶାଇ ରଖନ୍ତୁ । ଏହାପରେ ଏହାକୁ କେଶରେ ଭଲଭାବରେ ଲଗାଇ ତାକୁ ଘଂଟାଏ ଯାଏଁ ଛାଡିଦିଅନ୍ତୁ । ଏହାପରେ ମାଇଲ୍ଡ ସାମ୍ପୁ ଏବଂ ଥଣ୍ଡା ପାଣିରେ କେଶକୁ ଧୋଇଦିଅନ୍ତୁ । ଏହି ସାସ୍କକୁ ସପ୍ତାହରେ ଦୁଇଥର କେଶରେ ଲଗାନ୍ତୁ ଏବଂ ହେବ ଯଦି ତାଜା ତଥା ସତେଜ୍ ଆଲୋବେରା ବ୍ୟବହାର କରନ୍ତୁ ।

ଚାଉଳ ଗୁଣ୍ଡ ଏବଂ ଅଣ୍ଡା

ଗୋଟିଏ ଅଣ୍ଡାର ଧଳା ଅଂଶ ଏବଂ ୫ ଚାମଚ ଚାଉଳ ଗୁଣ୍ଡ ନେଇ ଏହାକୁ କ୍ଷୀରରେ ମିଶାଇ ଫେଂଟନ୍ତୁ । ମାସ୍କ ପ୍ରସ୍ତୁତ କରିବା ସାରିବା ପରେ ଏହାକୁ ଭଲ ଭାବରେ କେଶରେ ଲଗାଇଦିଅନ୍ତୁ । ଏହାପରେ ଏହାକୁ ୧ ଘଂଟା ପର୍ଯ୍ୟନ୍ତ ରଖିବା ପରେ ଧୋଇଦିଅନ୍ତୁ ।

କଦଳୀ ଓ ମହୁ

ଲମ୍ବା କେଶ ପାଇଁ କଦଳୀ ଏବଂ ଦୁଇ ଚାମଚ ମହୁ ଏକତ୍ର ମିଶାଇ ପେଷ୍ଟ କରନ୍ତୁ । ଅଧା ଘଂଟା ଏହି ପେଷ୍ଟକୁ ଭଲଭାବରେ ଲଗାଇ ଧୋଇ ଦିଅନ୍ତୁ । ଏହି ମାସ୍କକୁ ଯଦି ଆପଣ ପ୍ରତି ସପ୍ତାହରେ ଲଗାନ୍ତି ତେବେ କିଛି ଦିନପରେ ଆପଣଙ୍କ କେଶ ପର୍ମାେନେଂଟ ସିଧା ହୋଇଯିବ ।

ନଡିଆ ରସ ଏବଂ ଲେମ୍ବୁ

୧/୪ କପ ନଡିଆ ରସ ଏବଂ ଏକ ବଡ ଚାମଚ ଲେମ୍ବୁର ରସ ମିଶାଣି ଫ୍ରିଜରେ ରଖିଦିଅନ୍ତୁ । ଏହାର ଠିକ୍ ପରଦିନ ଏହାକୁ ଆପଣଙ୍କ କେଶରେ ଲଗାନ୍ତୁ । ଏହାପରେ କେଶରେ ଏହାକୁ ୩୦ ମିନିଟ ରଖିବା ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ । ତେବେ ଏପରି ଆପଣ ସପ୍ତାହକୁ ଦୁଇ ତିନି ଥର ଲଗାଇପାରିବେ ।

କ୍ଷୀର ଆଉ ମହୁ

୧/୪ କପ କ୍ଷୀରରେ ୨ ବଡ ଚାମଚ ମହୁ ମିଶାଇ ତାକୁ ପେଷ୍ଟ କରିଦିଅନ୍ତୁ । ଏହାପରେ ଏହାକୁ ଭଲଭାବରେ କେଶରେ ଲଗାନ୍ତୁ । ୨ ଘଂଟା ପରେ ରଖିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାପରେ ଫରକ ଜାଣିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe