ଜୀବନ ସାରା ଖୁସି ରହିବାକୁ ଚାହୁଁଛନ୍ତି କି ? ହୋଲିରେ ଅବଶ୍ୟ ଆପଣାନ୍ତୁ ଏହି ଆଧ୍ୟାତ୍ମିକ ଉପାୟ

95

ଜୀବନ ଏକ ହସ ଲୁହର ରଙ୍ଗମଂଚ । ଏଠି ସୁଖ ଦୁଃଖ ଗୋଟେ ଗୋଟେ ନିରବ ଅଧ୍ୟାୟ । ଅନେକ ମୋହ ଓ କୋହରେ ମଣିଷ ଖୋଜେ ଶାନ୍ତି ପ୍ରୀତି ଓ ସ୍ନେହ । ଜୀବନରେ ଖୁସି ରହିବାର ଅନେକ ଆଶାଥାଏ ମନରେ । ଯଦି ଆପଣ ଏହି ଖୁସିକୁ ଜୀବନ ସାରା ପାଇବାକୁ ଚାହୁଁଛନ୍ତି ତ ହୋଲିରେ କିଛି ଆଧ୍ୟାତ୍ମିକ ତରିକା ଆପଣାନ୍ତୁ । ଫାଲଗୁନ କୃଷ୍ଣ ପ୍ରତିପଦା ଦିନ ସମସ୍ତେ ପରସ୍ପରକୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରିଥାନ୍ତି । ଏହି ହୋଲି ଅବସରରେ ଶରୀରରେ ରଙ୍ଗ ବ୍ୟବହାର ଦ୍ୱାରା ଏହା ଥେରାପି ଭଳି କାମ କରିଥାଏ । ଯାହା ଦ୍ୱାରା ଶରୀରର ବିଭିନ୍ନ କଷ୍ଟରୁ ମୁକ୍ତି ମିଳିଥାଏ । ଏହି ଦିନ ମଧ୍ୟ ଧୁଳି କ୍ରିଡା କରାଯାଏ । ସହରରେ ଏହା କମ୍ ଓ ଗାଁ ଗୁଡିକରେ ଅଧିକ ଏହି ଖେଳ ହୋଇଥାଏ । ଏହି ସମୟରେ ହେଉଥିବା ଏହି ଖେଳ ଋତୁ ପରିବର୍ତ୍ତନ ଯୋଗୁଁ ହେଉଥିବା କ୍ମୃରୁ ଶରୀରକୁ ରକ୍ଷା କରିଥାଏ ।

ଗର୍ଗ ସଂହିତା ଅନୁସାରେ , ସର୍ବପ୍ରଥମେ ଭଗବାନ ଶ୍ରୀକୃଷ୍ଣ ରାଧାଙ୍କ ବିଶେଷ ଆଗ୍ରହରେ ହୋଲି ଖେଳିଥିଲେ । ପ୍ରାଚୀନ ପରଂପରା ଅନୁସାରେ , ଏହା ବିଶ୍ୱାସ ଯେ ଯେତେବେଳେ ହୋଲି ଜଳାଯାଏ ,ସେତେବେଳେ ସମସ୍ତେ ଏକାଠି ହେବା ଉଚିତ୍ । ଯଦି କେଉଁ କାରଣରୁ ରାତିରେ ହୋଲି ଜଳାଇବା ସମୟରେ ସାମିଲ ନହୋଇ ପାରିଲେ ତାପରଦିନ ସକାଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଜଳୁଥିବା ହୋଲିର ନିକଟକୁ ଯାଇ ତିନି ପରିକ୍ରମା କରିବା ଭଲ । ହୋଲିର ବିଭୂତି ବା ଭସ୍ମ ଘରର ପୁରୁଷମାନେ ଅବଶ୍ୟ ମଥାରେ ଲଗାଇବା ସହ ମହିଳାମାନେ ବେକରେ ମଧ୍ୟ ଲଗାଇବା ଭଲ ।

ହୋଲି ଦିନ ମନରେ କାହା ପ୍ରତି ଶତ୍ରୁ ଭାବ ରଖନାହିଁ । ଏହାଦ୍ୱାରା ବର୍ଷ ସାରା ଶତ୍ରୁ ଉପରେ ବିଜୟୀ ହେବେ । ଘରକୁ ଆସିଥିବା ଅତିଥିଙ୍କୁ ମିଠା ଓ ମିଶ୍ରି ଅବଶ୍ୟ ଦିଅନ୍ତୁ । ଏଥିରେ ସ୍ନେହ ଭାବ ବଢିବ । ଏହିପରି ଭାବେ ଆପଣ ହୋଲିକୁ ଆନନ୍ଦମୟ କରିବା ସହ ଜୀବନକୁ ସୁଖି କରିପାରିବେ ।