ଏଲୋପଥି ଓ ଆୟୁର୍ବେଦର ଏକତ୍ରରେ ସ୍ୱାସ୍ଥ୍ୟ ହେବ ସୁରକ୍ଷିତ ! ଆୟୁର୍ବେଦରେ ରହିଛି ରୋଗକୁ ସମୂଳ ନାଶର ପ୍ରକ୍ରିୟା

204

 ଆଧୁନିକ ଚିକିତ୍ସା ବିଶେଷଜ୍ଞ ରୋଗବ୍ୟାଧିରୁ ରକ୍ଷା ପାଇଁ ଏବେ ଆୟୁର୍ବେଦ ଆଡକୁ ମୁହାଁଇଲେଣି । ଏଲୋପଥିରେ ରୋଗର ଉପଚାର ନିଶ୍ଚୟ ଅଛି , କିନ୍ତୁ ରୋଗରୁ ରକ୍ଷା ହୋଇପାରିନଥାଏ । କିନ୍ତୁ ଆୟୁର୍ବେଦରେ ରୋଗର ଉପଚାର ସହ ଏଥିରୁ ରକ୍ଷା ବି ମିଳେ । ଏଥିପାଇଁ ଏଲୋପଥିର ଡାକ୍ତର ମଧ୍ୟ ଆୟୁର୍ବେଦର ଔଷଧକୁ ପ୍ରୋତ୍ସାହିତ କରୁଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ ଏଲୋପଥି ଓ ଆୟୁର୍ବେଦ ର ସମାବେଶରେ ବେମାରୀର ପ୍ରଭାବକୁ ନାଶ କରିହେବ ଓ ରୋଗରୁ ଉପଶମ ମିଳିପାରିବ ।

ଆୟୁଷ ମନ୍ତ୍ରାଳୟ ଏହି ପଥିଗୁଡିକର ସମାବେଶକୁ ଖୁବ୍ ଜୋରଦେଇଛନ୍ତି । । ମନ୍ତ୍ରାଳୟ ଚାହୁଁଛି କି ଆୟୁର୍ବେଦ ର ଔଷଧକୁ ପ୍ରୋତ୍ସାହିର କରାଯାଉ । ମନ୍ତ୍ରାଣୟ ଅନେକ ଏମିତି ଔଷଧକୁ ଚିହ୍ନିତ କରିଛି , ଯାହା ବଜାରରେ ବଡ ଜୋରସୋରରେ ଏଲୋପଥି ଚିକିତ୍ସକଙ୍କ ଦ୍ୱାରା ଲେଖାଯାଉଛି । ଏଥିମଧ୍ୟରେ ଡାଇବେଟିସ୍ ଔଷଧ ମଧ୍ୟ ଅଛି । ଯାହାକୁ ସିଏସଆଇଆର୍ ର  ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ଏହି ଔଷଧ ରୋଗୀର ସୁଗାର ଲେବଲକୁ କମ୍ କରିଦିଏ , ଯିଏ ଡାଇବେଟିସର ପ୍ରାରମ୍ଭିକ ଅବସ୍ଥାରେ ଥିବେ । ଆଉ ଏହା ରୋଗ ବଢିବାରେ ରୋକି ଥାଏ । ଏଥିରେ ଆହୁରି ଏମିତି ତତ୍ତ୍ୱ ଅଛି , ଯାହା ଆଣ୍ଟିଅକ୍ସିଡେଂଟ ଯୁକ୍ତ ହୋଇଥାଏ । ଏହା ପୋଷଣ ଦୃଷ୍ଟିରୁ ଉପଯୋଗୀ ଅଟେ ।

ଆୟୁର୍ବେଦ ଦ୍ୱାରା କିଡନୀ ରୋଗର ଚିକିତ୍ସା – ନିକଟରେ କିଡନୀ ରୋଗର ବିଶେଷଜ୍ଞଙ୍କର ଏକ ସମ୍ମିଳନୀରେ ଏଲୋପଥିର ଚିକିତ୍ସକମାନେ ଆୟୁର୍ବେଦ ଔଷଧ ନିରି କିଏଫଟିକୁ ପ୍ରସ୍ଥାବିତ କରିଛନ୍ତି । ପ୍ରକୃତରେ ଏହି ଔଷଧ କିଡନୀ ଖରାପକକୁ ରୋକିଥାଏ । ଯଦି କୈାଣସି ବ୍ୟକ୍ତିଙ୍କର କିଡନୀରେ ଖରାପ ଅବସ୍ଥା ଆସେ ତ ନିରି କିଏଫଟି ର ସେବନ ଦ୍ୱାରା ଏହାକୁ କମାଯାଇଥାଏ । ଦିଲ୍ଲୀର ସର ଗଙ୍ଗାରାମ ଡାକ୍ତରଖାନାର କିଡନୀ ରୋଗ ବିଶେଷଜ୍ଞ ଡା. ଉନୀଷ ମଲିକ୍ କହିଛନ୍ତି ଏଲୋପଥିରେ କିଡନୀ ବେମାରୀ ଠିକ୍ କରିବା ଔଷଧ କମ୍ ଅଛି । ଏଲୋପଥିରେ ଚିକିତ୍ସା ଡାୟଲିସିସ୍ ଓ ଟ୍ରାନ୍ସପ୍ଲାଟ ମଧ୍ୟ ଅଛି । କିନ୍ତୁ ଆୟୁର୍ବେଦ କୁ ଯଦି ଗ୍ରହଣ କରାଯାଏ ନିରି କିଏଫଟି କିଡନୀ ଖରାପ ହୋବରୁ ରୋକି ଥାଏ । ଏହି ଔଷଧ ଆଜି ବି କିଡନୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ବ୍ୟବହାର କରାଯାଉଛି ।

ରୋଗୀକୁ ମିଳିପାରେ ଲମ୍ବା ଆୟୁଷ – ଜଣାଶୁଣା ଆୟୁର୍ବେଦ ବିଶେଷଜ୍ଞ ଡା.ରାମନିବାସ ପରାଶରଙ୍କ ଅନୁସାରେ ଏମିତି ଔଷଧର ତାଲିକା ଖୁବ୍ ଲମ୍ବା ଅଟେ । ଯାହା ଏଲୋପଥିର ଡାକ୍ତରଙ୍କ ଦ୍ୱାରା ନିଜର ରୋଗୀଙ୍କୁ ଲେଖା ଯାଏ । ଡା. ପରାଶରଙ୍କ ଅନୁସାରେ ମାନସିକ ଅବସାଦରୁ ବଂଚିବା ପାଇଁ ଆଜି ମଧ୍ୟ ଅଶ୍ୱଗନ୍ଧାକୁ ଲୋକେ ବ୍ୟବହାର କରୁଛନ୍ତି । ପରାଶରଙ୍କ ଅନୁସାରେ , ଏଲୋପଥି ଓ ଆୟୁର୍ବେଦର ସମାବେଶ ଲୋକଙ୍କୁ ରୋଗରୁ ରକ୍ଷା କରି ରୋଗୀଙ୍କୁ ଲମ୍ବା ଆୟୁଷ ଦେଇପାରିବ ।

(ସୌଜନ୍ୟ- ନବଭାରତ ଟାଇମ୍ସ)