ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ହୋଇପାରନ୍ତି ନପୁଂସକ : ଅଧ୍ୟୟନ

51

ଆଜିକାଲି ଦୈନନ୍ଦିନ ଜୀବନରେ ସମସ୍ତେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବାରେ ଅଭ୍ୟସ୍ତ ହୋଇଗଲେଣି । ଘରେ ଥିଲେ ମଧ୍ୟ ଆମେ ଗ୍ଲାସରେ ନ ପିଇ ପ୍ଲାଷ୍ଟିକ ବୋତଲରେ ପାଣି ପିଇବାକୁ ଭଲ ପାଇଥାଉ । କିନ୍ତୁ ଆପଣ ଜାଣନ୍ତି କି, ଏହାର ଅନେକ କୁପ୍ରଭାବ ଆମ ଶରୀର ଉପରେ ପଡୁଛି ।

ନିକଟରେ ନ୍ୟୁୟର୍କ ବିଶ୍ୱ ବିଦ୍ୟାଳୟର ଗବେଷକମାନେ ଏହା ଉପରେ ଗବେଷଣା କରି ରିପୋର୍ଟ ଦେଇଛନ୍ତି କି, ପ୍ଲାଷ୍ଟିକ ବୋଲତରେ ପାଣି ପିଇବାଦ୍ୱାରା ଶରୀରରେ ହର୍ମୋନାଲ୍ ସିଷ୍ଟମ ଉପରେ କୁ ପ୍ରଭାବ ପଡିଥାଏ । କାରଣ ପ୍ଲାଷ୍ଟିକ ବୋତଲରେ ହାନୀକାରକ ରାସାୟନିକ ପଦାର୍ଥ ରହିଛି ।

ତେବେ ପାଖାପାଖି ୫ ହଜାର ଲୋକଙ୍କ ଉପରେ କରାଯାଇଥିବା ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ନିୟମିତ ଭାବେ ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିବା ପୁରୁଷ ଏବଂ ମହିଳା ଶୀଘ୍ର ନପୁଂସକତାର ଶିକାର ହୋଇଥାନ୍ତି । ଏହା ଫଳରେ ସମ୍ଭୋଗ କରିବାର ଇଚ୍ଛା ମଧ୍ୟ ହ୍ରାସ ପାଇଥାଏ । ତେଣୁ ପ୍ଲାଷ୍ଟିକ ବୋତଲରେ ପାଣି ନ ପିଇବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି ।