ଫେସୱାସ ବ୍ୟବହାର କରୁଛନ୍ତି କି? ତେବେ ଜାଣି ରଖନ୍ତୁ ଏଥିରେ ରହିଛି ଏକ ମାରାତ୍ମକ ଉପାଦାନ

ଫେସୱାସ ବ୍ୟବହାର କରୁଛନ୍ତି କି? ତେବେ ଜାଣି ରଖନ୍ତୁ ଏଥିରେ ରହିଛି ଏକ ମାରାତ୍ମକ ଉପାଦାନ

Source:The Idle Man

ମହିଳାମାନେ ତ୍ୱଚାକୁ ସୁନ୍ଦର ଓ ସତେଜ କରିବା ପାଇଁ ପ୍ରତିଦିନ ମୁହଁକୁ ଫେସ ଓ୍ଵାସ୍ ରେ ଧୋଇଥାନ୍ତି। କିନ୍ତୁ ଏହି ପ୍ରଡକ୍ଟରେ ରହିଛି ଏକ ମାରାତ୍ମକ ପଦାର୍ଥ । ଏହା ହେଲା ମାଇକ୍ରୋପ୍ଲାଷ୍ଟିକ୍। ଏହା କେବଳ ପରିବେଶକୁ ଦୂଷିତ କରି ନଥାଏ, ବରଂ ଜଳଜୀବ ଓ ମଣିଷମାନଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଥାଏ।

• ଭାରତୀୟ ବଜାରରେ ଉପଲବ୍ଧ ଅଧିକାଂଶ ପର୍ସନାଲ୍ କେଆର୍ ପ୍ରଡକ୍ଟସର ଲାବୋରାଟୋରି ଟେଷ୍ଟିଂରେ ଏକ ତଥ୍ୟ ସାମ୍ନାକୁ ଆସିଛି। ତାହା ହେଲା ଯେ ଅଧିକାଂଶ କସମେଟିକ୍ସରେ ନନ୍ ବାୟୋଡିଗ୍ରେଡେବଲ୍ ମାଇକ୍ରୋବିଡସ୍ ଥାଏ। ଏହା ଜଳ ମାଧ୍ୟମରେ ଜଳାଶୟ ଓ ସମୁଦ୍ରରେ ପହଞ୍ଚିଥାଏ। ପରେ ଫୁଡ୍ ଚେନ ଜରିଆରେ ମଣିଷର ପେଟ ଭିତରକୁ ଯାଇଥାଏ।

• ପରିବେଶ ସୁରକ୍ଷା ସଂଗଠନ ଟକସିକ୍ ଲିଙ୍କ୍ ପକ୍ଷରୁ କରାଯାଇଥିବା ଗବେଷଣାରେ ଏକ ତଥ୍ୟ ସାମ୍ନାକୁ ଆସିଛି। ତାହା ଅନୁଯାୟୀ ଭାରତୀୟ ବଜାରରେ ଉପଲବ୍ଧ ୧୬ଟି କଂଜ୍ୟୁମର୍ ବ୍ରାଣ୍ଡସର ୧୮ଟି ପର୍ସନାଲ୍ କେୟାର୍ ପ୍ରଡକ୍ଟସର ଲାବୋରାଟୋରିରେ ପରୀକ୍ଷା କରାଯାଇଛି। ଏଥିମଧ୍ୟରୁ ୫୦ ପ୍ରତିଶତ ଫେସଓ୍ଵାସ୍ ଓ ୬୭ ପ୍ରତିଶତ ସ୍କ୍ରବ୍ରେ ମାଇକ୍ରୋ ପ୍ଲାଷ୍ଟିକ୍ ମିଳିଛି। ମାଇକ୍ରୋପ୍ଲାଷ୍ଟିକ୍ ମାଇକ୍ରୋ ବିଡ୍ସ ନାଆଁରେ ମଧ୍ୟ ସାରା ବିଶ୍ୱରେ ପରିଚିତ। ଏହାକୁ କେତେକ ଦେଶରେ ନିଷିଦ୍ଧ ମଧ୍ୟ କରାଯାଇଛି।

• ଟକ୍ସିକ୍ ଲିଙ୍କ୍ର ମୁଖ୍ୟ ସଂଯୋଜକ ପ୍ରୀତି ମହେଶ କହିଛନ୍ତି ଯେ ମାଇକ୍ରୋ ପ୍ଲାଷ୍ଟିକ୍ ଏତେ ସୂକ୍ଷ୍ମ ଯେ ମୁହଁ ଧୋଇବାପରେ ଜଳ ସହିତ ଡ୍ରେନ୍କୁ ଚାଲିଯାଏ। ଶେଷରେ ଏହା ନଦୀ, ପୋଖରୀ ଓ ସମୁଦ୍ର ଭିତରକୁ ଚାଲିଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe