ସାବଧାନ । ହ୍ୟାଣ୍ଡ ୱାର୍ସ’ର ବ୍ୟବହାର ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ କ୍ଷତିକାରକ

42

ଆଜ୍ଞା ହଁ ! ଆପଣ ବ୍ୟବହାର କରୁଥିବା ହ୍ୟାଣ୍ଡ ୱାର୍ସ ଆପଣଙ୍କୁ କ୍ଷତି ପହଂଚାଇଥାଏ । ହାତକୁ ସଫାକରିବା ପାଇଁ ସାବୁନଠାରୁ ଅଧିକ ମାତ୍ରାରେ ହ୍ୟାଣ୍ଡ ୱାର୍ସର ବ୍ୟବହାର ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ଏ ସଂପର୍କରେ ଅଧିକ ସୂଚନା ।

• ହ୍ୟାଣ୍ଡ ୱାର୍ସରେ ସାଧାରଣତଃ ଟ୍ରାଇକ୍ଲୋସାନ ନାମକ ଏକ ପ୍ରକାରର ରସାୟନିକ ଉପାଦାନ ମିଶି କରି ରହିଥାଏ । ଯାହା ହାତର ଚର୍ମକୁ ଅତ୍ୟନ୍ତ ଶୁଷ୍କ କରିଦେଇଥାଏ । ଯଦି ଏହା ରକ୍ତ ସଂଚାଳନରେ ସାମିଲ ହୋଇଯାଏ ତେବେ ଏହା ମାଂସପେଶୀକୁ ଆଣ୍ଡିନେସନ ପାଇଁ ଜରୁରୀକାଳୀନ ସେଲ କମ୍ୟୁନିକେସନକୁ ବୃଦ୍ଧି କରିଥାଏ ।

• ଏହାକୁ ଦୀର୍ଘ ସମୟଧରି ଏବଂ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଚର୍ମ ଶୁଖି ଯାଇଥାଏ । ଯାହାଦ୍ୱାରା ନପୁଂସକତା ଏବଂ ହୃଦୟ ଜନିତ ରୋଗ ଭଳି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଯଦି ଆପଣ ହାତ ଧୋଉଛନ୍ତି ତେବେ ସାବୁନ କିମ୍ବା ବିଶୁଦ୍ଧ ପାଣିରେ ସଫା କରନ୍ତୁ ।

• ଅଧିକାଂଶ ସମୟରେ ଛୋଟ ପିଲା ହ୍ୟାଣ୍ଡ ୱାର୍ସରେ ହାତକୁ ଭଲଭାବରେ ନ ଧୋଇ ଖାଇବାକୁ ବସି ପଡନ୍ତି । ଯାହା ଦ୍ୱାରାକି ଏହି ଫେଣ ଖାଇବା ସମୟରେ ପିଲାଙ୍କ ଶରୀରକୁ ଚାଲି ଯାଇଥାଏ । ଏଥିରେ ଆଲକୋହଲର ଅଂଶ ଥିବା କାରଣରୁ ପିଲାଙ୍କ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ ।

• ହ୍ୟାଣ୍ଡ ୱାର୍ସକୁ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ମଧ୍ୟ ପିଲାଙ୍କ ଇମ୍ୟୁନିଟି କ୍ଷମତା ହ୍ରାସ ପାଇଥାଏ । ପିଲାଙ୍କ ପରିଶ୍ରାରେ ଇନପ୍ଲେମେଟରି ତତ୍ୱ ସି-ରିଏକ୍ଟିଭ ପ୍ରୋଟିନ ଦେଖିବାକୁ ମିଳିଥାଏ ଯାହା ଇମ୍ୟୁନିଟିକୁ ଦୁର୍ବଳ କରିଦେଇଥାଏ ।