ଯଦି ଆପଣ ବାଇକରେ ବହୁ ଦୂର ଜାଗାକୁ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ବାଇକ୍ ସହିତ କିଛି ଜରୁରୀ ଜିନିଷ ସବୁବେଳେ ସାଥିରେ ରଖିବା ଉଚିତ । କାରଣ ରାସ୍ତାରେ କେତେବେଳେ କିଛି ବି ଘଟିପାରେ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଜରୁରୀ ଜିନିଷ ସଂପର୍କରେ ଅବଗତ କରାଇବୁ, ଯାହା ଆପଣ ସବୁବେଳେ ସାଥିରେ ଧରି ବୁଲିବା ଦରକାର । ତେବେ ଆସନ୍ତୁ ଜାଣିବା. . ..

Advertisment

ମଲ୍ଟି ଟୁଲ୍ କିଟ୍- ବାଇକରେ ହେଉଥିବା ଛୋଟମୋଟ୍ ସମସ୍ୟାକୁ ଆପଣ ନିଜେ ଠିକ୍ କରିପାରିବେ ।

ଟାୟାର ଏବଂ ଟ୍ୟୁବ୍ ପମ୍ପଚର ରିପାୟର କିଟ୍- ରାସ୍ତାରେ ଯଦି ବାଇକର ଟାୟାର ପମ୍ପଚର ହୋଇଯାଏ ତେବେ ଆପଣ ଏହାକୁ ନିଜେ ବି ଠିକ୍ କରିପାରିବେ ।

ମୋଟରସାଇକେଲ ବ୍ୟାଗ-ଅଧିକ ସମୟ ଧରି ବାଇକ୍ ଚଲାଇବା ଦ୍ୱାରା କାନ୍ଧରେ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଏହି ବାଇକ୍ ବ୍ୟାଗ ମୋଟରସାଇକେଲରେ ଓହଳି ରହିବ ଏବଂ ଆପଣଙ୍କୁ ଆରାମ ମିଳିବ । ଏଥିରେ ଆପଣ ନିଜର ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ରଖିପାରିବେ ।

ବାଇକ ଫାଷ୍ଟ ଆଡ୍ କିଟ- ବାଇକ୍ ଚଲାଇବା ସମୟରେ ଯଦି କୌଣସି ଦୁର୍ଘଟଣା ହୋଇଯାଏ ତେବେ ଏହାଦ୍ୱାରା ଆପଣଙ୍କୁ ସହାୟତା ମିଳିପାରିବ ।

ବାଇକ୍ ଡିପିଏସ ସିଷ୍ଟମ- ଯଦି ଆପଣ ରାସ୍ତାରେ କେଉଁଠି ହଜି ଯାଉଛନ୍ତି କିମ୍ବା ବାଟବଣା ହୋଇଯାଇଛନ୍ତି ତେବେ ଏହା ଆପଣଙ୍କ ବହୁତ କାମରେ ଆସିବ ।