ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ : ରୋଗରେ ପଡିପାରନ୍ତି !

113

ରାତିରେ ୭-୮ ଘଣ୍ଟାର ଶୟନ ବିଶ୍ରାମ ପରେ ସକାଳେ ଖାଲି ପେଟରେ କ’ଣ ଖାଇବା ଉଚିତ ଓ କଣ ନଖାଇବା ଉଚିତ୍ , ଏହି ବିଷୟରେ ଜାଣିବା ନିହାତି ଜରୁରୀ । ଏହା ଏଥିପାଇଁ କହୁଛୁ ଯେ ଖାଦ୍ୟରେ ଏମିତି କିଛି ଜିନିଷ ଅଛି ଯାହାକୁ ଖାଇବା ଦ୍ୱାରା ଖାଲି ପେଟରେ , ଆମର ଶରୀରର

କ୍ଷତି ହୋଇଥାଏ । ଆମେ ସିନା ଏହାକୁ ନିଜର ଭଲ ପାଇଁ ଖାଇଥାଉ , ହେଲେ ଏହା ଆମର ଶରୀର ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ –

୧ – ଖାଲି ପେଟରେ ଚା’ ଖାଆନ୍ତୁ ନାହିଁ – ସକାଳେ ଚା’ ପିଇବା ସମସ୍ତଙ୍କର ଅଭ୍ୟାସ । ଶଯ୍ୟାତ୍ୟାଗ କରିବାକ୍ଷଣି ଚା’ ପିଇଥାନ୍ତି । ଚା’ ରେ ଥିବା କାଫିନ ଦ୍ୱାରା ଏସିଡ ବଢିଥାଏ । ଏହା ଦ୍ୱାରା ପାଚନ ତନ୍ତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ ।

୨- ଖାଲି ପେଟରେ ଥାଇ ସକାଳୁ କଦଳୀ ଖାଆନ୍ତୁ ନାହିଁ – ଖାଲି ପେଟରେ ଥାଇ କଦଳୀ ଖାଇବା ଦ୍ୱାରା ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ବଢିଥାଏ । ଯାହା ଦ୍ୱାରା ଶରୀରରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମର ମାତ୍ରାରେ ସନ୍ତୁଳନତା ରହିନଥାଏ ।

୩-ଲଙ୍କା ମରିଚ ଖାଆନ୍ତୁ ନାହିଁ – କେବେ ବି ଖାଲି ପେଟରେ ଥିଲେ ଲଙ୍କା ମରିଚ ବା ଗୋଲମରିଚ ଖାଆନ୍ତୁ ନାହିଁ । ଏହା ଦ୍ୱାରା ଗ୍ୟାସର ସମସ୍ୟା ହୋଇଥାଏ । ଏହା ଛାତିରେ ଜ୍ୱଳନ ସୃଷ୍ଟି କରିଥାଏ । ମରିଚ ପାଚନ ତନ୍ତ୍ରକୁ ସମସ୍ୟାରେ ପକାଏ ।

୪ – ଖାଲି ପେଟରେ ଟମାଟର ଖାଇଲେ ପଥୁରୀ ହୁଏ – ଟମାଟର ବା ବିଲାତିରେ ଏସିଡ ଅଦିକ ପରିମାଣରେ ଥାଏ । ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଉଚିତ ନୁହେଁ ପେଟରେ ପଥୁରୀ ହୋଇଥାଏ ।

୫-ଖାଲି ପେଟରେ ଔଷଧ ଖାଆନ୍ତୁ ନାହିଁ – ଖାଲି ପେଟରେ ଔଷଧ ଖାଇବା ଦ୍ୱାରା ଏସିଡ୍ ସୃଷ୍ଟି କରେ । ଶରୀରରେ ଅସନ୍ତୁଳନ ହୁଏ ।

୬ – ମସଲା ଯୁକ୍ତ ଖାଦ୍ୟ – କେବେ ବି ଖାଲି ପେଟରେ ଥିଲେ ପ୍ରଥମେ ମସଲାଯୁକ୍ତ ଖାଦ୍ୟକୁ ଗ୍ରହଣ କରନ୍ତୁ ନାହିଁ । କାରଣ ଏଥିରେ ନାଚ୍ୟୁରାଲ୍ ଏସିଡ୍ ଥାଏ , ଯାହା ପେଟରେ ହଜମ ଶକ୍ତିକୁ ନଷ୍ଟ କରିଦିଏ ।

୭ – ଖଟା ଫଳ ଖାଇବାରେ ଏସିଡିଟି ହୁଏ – ଖଟା ବା ପିତା ଫଳ ଦ୍ୱାରା ଶରୀରରେ ଏସିଡ୍ ହୁଏ । ଏହି କାରଣରୁ ଖାଲି ପେଟରେ ଏହାକୁ ଖାଇବା ମନା ହୋଇଥାଏ । ଖାଲି ପେଟରେ ଖଟା ଫଳ ଖାଇବା ଦ୍ୱାରା ପେଟରେ ଏସିଡିଟି ହୋଇଥାଏ । ଏବଂ ଗ୍ୟାଷ୍ଟିକ୍ ,ଅଲସର ହେବାର ସମ୍ଭାବନା ବି ରହିଛି । ଖଙ୍କା ଫଳରେ ଫାଇବର ଓ ଫ୍ରେକ୍ଟୋଜ ହେବା କାରଣ ଯୋଗୁଁ ପାଚନ କ୍ରିୟା ଧିମା ପଡିଯାଏ ।

(ସୌଜନ୍ୟ-ନବଭାରତ ଟାଇମ୍ସ)