ଏହି ୫ଟି କାରଣରୁ ଆସିଥାଏ ହାର୍ଟ ଆଟାକ୍, ଆପଣଙ୍କଠାରେ ନାହିଁ ତ ଏହି ସବୁ ଅଭ୍ୟାସ?

Advertisment
ଏହି ୫ଟି କାରଣରୁ ଆସିଥାଏ ହାର୍ଟ ଆଟାକ୍, ଆପଣଙ୍କଠାରେ ନାହିଁ ତ ଏହି ସବୁ ଅଭ୍ୟାସ?

Source:clevelandclinic.org

ଅଧିକାଂଶ ଲୋକଙ୍କ ମନରେ ଭାବନା ରହିଛି କି, ଧୂମ୍ରପାନ କରିବା ଦ୍ୱାରା, ଅତ୍ୟଧିକ ମାତ୍ରାରେ ମଦ୍ୟପାନ କଲେ କିମ୍ବା ଫିଜିକାଲି ଆକ୍ଟିଭ ନରହିବା କାରଣରୁ ହାର୍ଟ ଆଟାକ୍ ହୋଇଥାଏ । କିନ୍ତୁ Montfort Medical Center, ନ୍ୟୁୟର୍କର ଏକ ଗବେଣଷାରେ ପ୍ରମାଣିତ ହୋଇଛି କି, ଭୁଲ୍ ଖାଦ୍ୟାଭାସ କାରଣରୁ ହାର୍ଟ ଆଟାକର ସମ୍ଭାବନା ପାଖାପାଖି ୨୭ ପ୍ରତିଶତ ବଢିଯାଇଥାଏ । ଏହି ଅଭ୍ୟାସ ଧିରେ ଧିରେ ଶରୀରକୁ କ୍ଷତି ପହଂଚାଇଥାଏ ଏବଂ କିଛି ଦିନ ପରେ ହାର୍ଟ ଆଟାକର କାରଣ ପାଲଟିଯାଇଥାଏ । ଯଦି ଏହିସବୁ ଅଭ୍ୟାସଗୁଡିକରେ ସମୟ ଥାଉ ଥାଉ ସୁଧାର ନଅଣାଯାଏ ତେବେ ହାର୍ଟ ଆଟାକ୍ ଭଳି ବିପଦକୁ ରୋକା ଯିବା ଅସମ୍ଭବ ହୋଇପାରେ । ବମ୍ବେ ହସପିଟାର ହୃଦୟ ରୋଗ ବିଶେଷଜ୍ଞ ଡା. ଇନ୍ଦ୍ରଜିତ ଖାନଙ୍କ କହିବା ମୁତାବକ, ଖାଦ୍ୟ ଖାଇବାର କିଛି ଏଭଳି ଅଭ୍ୟାସ ରହିଛି,ଯାହା ହାର୍ଟ ଆଟାକ୍ ହେବାର ସମ୍ଭାବନାକୁ ବଢାଇ ଦେଇପାରେ । ତେବେ ଆସନ୍ତୁ ଜାଣିବା ଏହି ଅଭ୍ୟାସ ଏସଂପର୍କରେ...

ଜଳଖିଆ ନକରିବା

ସକାଳେ ସଠିକ୍ ସମୟରେ ଟିଫିନ ନକରିବା ଦ୍ୱାରା ଏବଂ ଅଧିକ ସମୟ ଧରି ଭୋକିଲା ତଥା ଖାଲି ପେଟରେ ଅଧିକ ଦୀର୍ଘ ସମୟ ଧର ରହିବା ଦ୍ୱାରା ମୋଟାପଣ ବୃଦ୍ଧି ପାଇଥାଏ । ଏହାଦ୍ୱାରା ଶରୀରରେ ଦ୍ରୁତ ଗତିରେ କୋଲେଷ୍ଟ୍ରଲ ସୃଷ୍ଟି ହୋଇଥାଏ । ଯାହାର ଖରାପ ପ୍ରଭାବ ହାର୍ଟ ଉପରେ ହିଁ ପଡିଥାଏ । ତେବେ ସଠିକ୍ ସମୟରେ ଖାଦ୍ୟ ଖାଉନଥିବା ବ୍ୟକ୍ତିବିଶେଷଙ୍କଠାରେ ହାର୍ଟ ଆଟାକ୍ ହେବାର ସମ୍ଭାବନା ୨୭ ପ୍ରତିଶତ ଅଧିକ ହୋଇଥାଏ ।

ଖାଇବା ପରେ ମିଠା ଖାଇଲେ

ଖାଦ୍ୟ ଖାଇବାର ତୁରନ୍ତ ପରେ ମିଠା ଜିନିଷ ଖାଇବା ଦ୍ୱାରା ଶରୀରରେ ଗ୍ଲୁକୋଜ ସ୍ତର ବହୁ ମାତ୍ରାରେ ବଢି ଯାଇଥାଏ । ଏହାଦ୍ୱାରା ପେଟ ବଢିଥାଏ , ଯାହାକି ହୃଦୟ ରୋଗ ହେବାର ସମ୍ଭାବନା ଅଧିକ ଥାଏ ।

ଅଧିକ ମସଲାଜାତ ଖାଦ୍ୟ ଖାଇଲେ

ଅଧିକ ରାଗ-ମସଲା ଜାତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ବ୍ଲଡ ସର୍କୁଲେସନ ବଢି ଯାଇଥାଏ । ଏହାଦ୍ୱାରା ହାର୍ଟ ଆଟାକ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।

ଅଧିକ ତୈଳଜାତ ଖାଦ୍ୟ ଖାଇଲେ

ଅତ୍ୟଧିକ ତେଲଜାତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଏକ୍ସଟ୍ରା ଫ୍ୟାକ୍ଟ ଜମା ହୋଇଯାଇଥାଏ । ଏହାଦ୍ୱାରା କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇଥାଏ, ଯାହାକି ହାର୍ଟ ଆଟାକର ସମ୍ଭାବନାକୁ ବଢାଇ ଦେଇଥାଏ ।

ଅଧିକ ଫ୍ୟାକ୍ଟ ଯୁକ୍ତ ମାଂସ ଖାଇଲେ

ପ୍ରତିଦିନ ନିଜ ଡାଇଟରେ ହାଇ ଫ୍ୟାକ୍ଟ ମିଟ୍ ଯଥା ଯେପରିକି ମଟନ ଏବଂ ବିଫ୍ ଖାଇବା ଦ୍ୱାରା ଶରୀରରେ ଫ୍ୟାକ୍ଟ ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ । ଏହା ଶରୀରରେ କୋଲେଷ୍ଟ୍ରଲକୁ ବଢାଇ ଦେଇଥାଏ । ଯାହାଦ୍ୱାରା ହାର୍ଟ ଆଟାକ୍ ହେବାର ଆଶଙ୍କାକୁ ବଢାଇ ଦେଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe