ଶୀତ ଦିନେ ଆପଣଙ୍କର ଓଠ ଫାଟୁଛି କି? ଜାଣନ୍ତୁ ଏହାର ପ୍ରତିକାର

73

ଏବେ ଶୀତ ଦିନ ଆସିଗଲା । ଋତୁ ବଦଳିବା ସହ ଦିନଚର୍ଯ୍ୟାରେ ମଧ୍ୟ ବ୍ୟତିକ୍ରମ ଦେଖାଯିବ । ଆଉ ବିଶେଷ ସମସ୍ୟା ଦେଖାଦିଏ ଓଠ ଫାଟିବା । ଓଠ ଫାଟିବା ଦ୍ୱାରା ଏହା ଅସହ୍ୟ ବୋଧ ହୁଏ । କୈାଣସି କାମରେ ମନ ଲାଗେନାହିଁ । ଖୁବ୍ ପୀଡା ଅନୁଭବ ହୁଏ ଓଠରେ । କାହିଁକି ଏପରି ହୁଏ ଓ ଏହାର ନିରାକରଣ କେମିତି କରିବେ , ଜାଣନ୍ତୁ ଏହାର ତରିକା ।

ଶୀତ ଦିନରେ ଯଦି ଓଠ ଆପଣଙ୍କର ଅଧିକ ଶୁଖିଲା ହୋଇଯାଉଛି । ଆଉ ଓଠ ଫାଟୁଛି ତେବେ ଗୋଲପା ଫୁଲର ପାଖୁଡା ଓ କ୍ଷୀରର ଏକ ପେଷ୍ଟ ପ୍ରସ୍ତୁତ କରି ପ୍ରତିଦିନ ଓଠରେ ଲଗାନ୍ତୁ । ୧୫ ରୁ ୨୦ ମିନିଟ୍ ପରେ ଓଠକୁ ଭଲଭାବେ ଧୋଇଦିଅନ୍ତୁ । (କେମିତି ପ୍ରସ୍ତୁତ କରିବେ ଏହି ପେଷ୍ଟ ଜାଣନ୍ତୁ – ଗୋଲାପ ଫୁଲର ପାଖୁଡାକୁ ଭଲଭାବେ ଧୋଇ କ୍ଷୀରରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ଏହା ପରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।)

ଶୀତ ଦିନରେ ଅନେକ ଲୋକ କମ୍ ପାଣି ପିଅନ୍ତି । ଏହାଦ୍ୱାରା ଡିହାଇଡ୍ରେଶନ ହେବାର ଆଶଙ୍କା ଥାଏ ।, ଯାହା ଓଠ ଫାଟିବାର କାରଣ ସାଜେ । ଏହି ସମସ୍ୟାକୁ ଏଡାଇବା ପାଇଁ ଦିନକୁ ୨ରୁ ୩ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ । ଏଥିସହ ସବୁଜ ପନିପରିବା ଖାଆନ୍ତୁ । ଗାଜର, ଟମାଟୋ ଖାଇବା ଦ୍ୱାରା ଓଠ ଫାଟି ନଥାଏ । ଆଲୋଭେରା ଗଛରୁ ବାହାରୁଥିବା ସେମିଲିକ୍ୟୁଡ ଜେଲ୍ କେବଳ ତ୍ୱଚା ନୁହେଁ ଓଠ ପାଇଁ ବି ବେଶ ଲାଭଦାୟକ । ଏହା ଉବଲବ୍ଧ ନଥିଲେ ବଜାରରେ ମିଳୁଥିବା ଆଲୋଭେରା ଜେଲକୁ ମଧ୍ୟ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଓଠ ଉପରେ ମାଲିସ୍ କରିପାରିବେ । ଏହାଦ୍ୱାରା ଓଠ କୋମଳ ଓ ମୁଲାୟମ ରହିବ ।

ଆଉ ମଧ୍ୟ ଓଠ ବାରମ୍ବାର ଫାଟିବାର କାରଣ ଭିଟାମିନର ଅଭାବ । ଯଦି ଏହି ସମସ୍ୟାରୁ ଦୂର କରିବାକୁ ଚାହୁଁଛନ୍ତି ତ ଭିଟାମିନ୍ –ବି ଯୁକ୍ତ ଖାଦ୍ୟ ଖାଆନ୍ତୁ । ଆଉ ମଧ୍ୟ ଶୋଇବା ପୂର୍ବରୁ ମଲାଇରେ ଅଳ୍ପ ହଳଦୀ ମିଶାଇ ଓଠରେ ମାଲିସ୍ କରିପାରିବେ । ଏହା ବ୍ୟତୀତ ଶୋଇବା ପୂର୍ବରୁ ଓଠରେ କାକୁଡି ରସକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ । ଏହାପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ମଧ୍ୟ ଓଠ ପାଟିବାରୁ ଉପଶମ ମିଳିପାରିବ ।