ଓଜନ ହ୍ରାସ କରିବା ଦିଗରେ କେତୋଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ !

114

ସନ୍ତୁଳିତ ତଥା ଉତ୍ତମ ଖାଦ୍ୟ ସେବନ କରିବା ଦ୍ୱାରା ଏବଂ ସଠିକ୍ ମାତ୍ରାରେ ଶାରୀରିକ ଗତିବିଧି ଉପରେ ଧ୍ୟାନ ଦେବା ଦ୍ୱାରା ମୋଟାପଣ ଭଳି ସମସ୍ୟାରୁ ସାଧରଣତଃ ଆପଣ ମୁକ୍ତି ପାଇପାରିବେ । ଶରୀରରେ ପୋଷଣର ମାତ୍ରା ବଡାୟ ରଖିବା ତଥା ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖିବା ପାଇଁ ଶରୀରରେ ବିଶେଷ କରି ପୋଷଣ ତତ୍ୱର ଆବଶ୍ୟକତା ରହିଛି । ତେବେ ଏ ପ୍ରରିପେକ୍ଷୀରେ ଆପଣ କିପରି ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ ସେ ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଶାକାହାରୀ ଲୋକଙ୍କ ପାଇଁ ହାଇ ଫାଇବର ଯୁକ୍ତ ଖାଦ୍ୟ କମ ଖାଇବା ଉଚିତ୍ । ଏହା ଓଜନ କମାଇବାରେ ସହାୟକ ହୋଇଥାଏ । ତେବେ ଏହି ପ୍ରକାର ଡାଇଟ୍ ରଖୁଥିବା ବ୍ୟକ୍ତିଙ୍କଠାରେ ହୃଦୟ ଜନିତ ସମସ୍ୟା ସହ ଡାଇବେଟିସ ଭଳି ସମସ୍ୟା ଦେଖାଦେଇଥାଏ । କାରଣ ଏହି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ସାଧାରଣତଃ ଶରୀରରେ ମାଂସ ପେଶୀ ବୃଦ୍ଧି ପାଇବା ସହ ଓଜନ ମଧ୍ୟ ବୃଦ୍ଧି ପାଇଥାଏ ।

ପ୍ରୋଟିନ ବେଷ୍ଟ ଡାଇଟରେ ସାଧାରଣତଃ ୧୦୦ ପ୍ରକାର ଖାଦ୍ୟ ପଦାର୍ଥ ସାମିଲ ହୋଇଥାଏ । ଯାହା ୪ ଭାଗରେ ବିଭକ୍ତ ହୋଇଥାଏ । ତେବେ ଏହାର ପ୍ରଥମ ପର୍ଯ୍ୟାୟରେ ୨-୩ କିଲୋ ଓଜନ ହ୍ରାସ ପାଇଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ଆପଣଙ୍କ ଲକ୍ଷ ଅନୁସାରେ ୨୮ ବିଶିଷ୍ଟ ପନିପରିବା ସେବନ କରିବାକୁ ପଡିଥାଏ ।

ତୃତୀୟ ପର୍ଯ୍ୟାୟରେ ସୁଗାର ଓ ଆଇରନ ଯୁକ୍ତ ଆହାରକୁ ଯୋଡା ଯାଇଥାଏ । ଯାହାର ଉଦ୍ଦେଶ୍ୟ ହେଲା ଅତିରିକ୍ତ ଭାବେ ବୃଦ୍ଧି ପାଇଥିବା ଓଜନକୁ ନିୟନ୍ତ୍ରଣ କରିବା । ତେବେ ଶେଷ ପର୍ଯ୍ୟାୟରେ କିଛି ନିୟମଗୁଡିକୁ ପାଳନ କରିବାକୁ ପଡିବା ସହ ଆପଣଙ୍କ ଇଚ୍ଛାଅନୁସାରେ ସବୁ ପ୍ରକାର ଖାଦ୍ୟ ସେବନ କରିପାରିବେ ବୋଲି ପରାମର୍ଶ ଦିଆଯାଇଥାଏ ।