ଋପି ସମସ୍ୟା ନେଇ ଚିନ୍ତିତ କି ? ତେବେ ବ୍ୟବହାର କରନ୍ତୁ ୮ଟି ଘରୋଇ ଉପଚାର

51

ମନୁଷ୍ୟ ସୌନ୍ଦର୍ଯ୍ୟର ମୂଳ ଅଂଶ ହେଉଛି କେଶ । କିନ୍ତୁ ବର୍ତ୍ତମାନ ସମୟରେ କେଶ ଝଡିବା ଏକ ସାଧାରଣ ସମସ୍ୟା ପାଲଟିଯାଇଛି । ଏଥିପାଇଁ ବିଭିନ୍ନ ଉପଚାର ବଜାରରେ ଆସିବା ସତ୍ୱେ ମଧ୍ୟ ନିଜର ବ୍ୟସ୍ତବହୁଳ ଜୀବନକୁ ବାଦ୍ ଦେଇ କୋ÷ଣସି ଉପଚାର କରିପାରୁନାହୁଁ । ତେଣୁ ଏହି ସମସ୍ୟାକୁ ଦୂର କରିବାଲାଗି ଆଜି ଆମେ ଏଠାରେ କିଛି ଘରୋଇ ଉପଚାର ସଂପର୍କରେ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ ।

ନିମ୍ବ ପ୍ୟାକ:

ଋପିରୁ ପୂର୍ଣ୍ଣ ରୂପରୁ ମୁକ୍ତି ପାଇବା ପାଇଁ କେଶରେ ନିମ୍ବ ପ୍ୟାକ୍ ବ୍ୟବହାର କରନ୍ତୁ । ଏହା କେଶର ରୁକ୍ଷ ଅଂଶକୁ କୋମଳ କରିବା ସହିତ କେଶରେ ଥିବା ଇଷ୍ଟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଏ ।

ଲେମ୍ବ ରସ:

୩-୪ଲେମ୍ବୁର ଚୋପା ଛଡାଇ ୪-୫କପ ପାଣି ଦେଇ ତାକୁ ୧୦-୧୫ ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ ଏବଂ ଏହାକୁ ଥଣ୍ଡା କରି କେଶରେ ଲଗାନ୍ତୁ । ତେବେ ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ ।

ମେଥି ଉପଚାର:

୨ଚାମଚ ମେଥିକୁ ପାଣିରେ ଭିଜାଇ ତାକୁ ପରଦିନ ସକାଳେ ବାଟି ଏହାର ପେଷ୍ଟକୁ କେଶରେ ଲେପ କରି ପାଖାପାଖି ୩୦ମିନିଟ୍ କାଳ ରଖନ୍ତୁ । ଏହାପରେ କେଶକୁ ଧୋଇ ନିଅନ୍ତୁ ।

ଦହି ପ୍ୟାକ:

ମୁଣ୍ଡ ଏବଂ କେଶରେ ଦହି ଲେପ ଦେଇ ୧ଘଂଟା ରଖନ୍ତୁ ଓ ପରେ ମୁଣ୍ଡକୁ ଶ୍ୟାମ୍ପୁରେ ଭଲ ଭାବେ ଧୋଇନିଅନ୍ତୁ । ଏହି ପ୍ରକ୍ରିୟା ସପ୍ତାହରେ ଅତି ବେଶିରୁ ୨ଥର କରନ୍ତୁ ।

ଅଣ୍ଡା ପ୍ୟାକ:

୨ଟି ଅଣ୍ଡାକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରି ତାକୁ ମୁଣ୍ଡରେ ଲଗାନ୍ତୁ ଏବଂ ୧ଘଂଟା ରଖିବା ପରେ ତାକୁ ଧୋଇ ନିଅନ୍ତୁ । ଏହା ଦ୍ୱାରା ଋପି ଏବଂ କେଶ ଝଡିବା ଭଳି ସମସ୍ୟା ଦୂର ହୋଇଥାଏ ।

ଗରମ ତେଲ ମାଲିସ୍:

ବାଦାମ, ନଡିଆ ତେଲ କିମ୍ବା ଜଡା ତେଲକୁ ହାଲକା ଗରମ କରି କେଶରେ ମାଲିସ କରିବାଦ୍ୱାରା ଋପି ସମସ୍ୟା ଦୂର ହୋଇଥାଏ । ତେବେ ରାତିରେ ଏହାକୁ ମାଲିସ କରି ପରଦିନ ସକାଳେ ଶ୍ୟାମ୍ପୁରେ କେଶକୁ ଧୋଇନିଅନ୍ତୁ ।

ଆଲୋବେରା ପ୍ୟାକ:

ଗାଧୋଇବା ପୂର୍ବରୁ ଆଲୋବେରା ଜେଲିକୁ କେଶରେ ଲଗାନ୍ତୁ ଏବଂ ୨୦ମିନିଟ ପରେ ଶ୍ୟାମ୍ପୁ କରି ଧୋଇନିଅନ୍ତୁ ।

ପିଆଜ ଉପଚାର:

ନିଜ କେଶରେ ପିଆଜର ପେଷ୍ଟ ପ୍ରସ୍ତୁତ କରି ଲଗାନ୍ତୁ । ଏହାକୁ ୧ଘଂଟା କେଶରେ ରଖିବା ପରେ ଭଲ ଭାବେ ସଫା କରିଦିଅନ୍ତି । ତାପରେ କେଶରେ ତାଜା ଲେମ୍ବରସକୁ ଲଗାଇ ଭଲଭାବେ ମସାଜ କରି ଦିଅନ୍ତୁ । ଏହାଦ୍ୱାରା କେଶରୁ ପିଆଜର ଗନ୍ଧ ଦୂର ହୋଇଯିବ । ପ୍ରତିଦିନ କେଶ ଧୋଇ ଏବଂ କେଶର ସଠିକ୍ ଯତ୍ନନେଇ ଋପି ସମସ୍ୟା ଦୂର କରାଯାଇପାରିବ ।