ଶୀତ ଦିନେ କିଭଳି ନେବା ତ୍ୱଚାର ଯତ୍ନ ? ମନେ ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

123

ବିଶେଷ କରି ଶୀତ ଋତୁରେ ତ୍ୱଚାର ଯତ୍ନ ନେବା ବହୁତ ଜରୁରୀ ଅଟେ । କାରଣ ଏହି ଦିନ ମାନଙ୍କରେ ତ୍ୱଚାରେ ଅନେକ ସମସ୍ୟା ଦେଖାଦେଇଥାଏ । ଯାହାକି ଚର୍ମକୁ ଅଧିକ ରୁକ୍ଷ କରିବା ସହ ନଷ୍ଟ ମଧ୍ୟ କରି ପକାଇଥାଏ । ତେଣୁ ଏହି ସମୟରେ ଆପଣଙ୍କୁ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡିବ । ଯାହାଦ୍ୱାରା ତ୍ୱଚାର ସୌନ୍ଦର୍ଯ୍ୟତା ରକ୍ଷା କରିବା ସହିତ କୋମଳ ମଧ୍ୟ ରଖିପାରିବେ ।

ତ୍ୱଚାକୁ ସବୁବେଳେ ସଫା ରଖନ୍ତୁ

ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ କି, ଶୀତ ଦିନେ ଲୋକେ ନିଜର ତ୍ୱଚାକୁ ନେଇ ସେମିତି କିଛି ଯତ୍ନବାନ ହୋଇନଥାନ୍ତି । ଯାହାଦ୍ୱାରା କି ସେମାନଙ୍କର ତ୍ୱଚା ଅଧିକ ଶୁଷ୍କ ତଥା ରୁକ୍ଷ ହୋଇପଡିଥାଏ । ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର ତ୍ୱଚାକୁ ପ୍ରତିଦିନ ସଫା ରଖନ୍ତୁ । ଏଥିପାଇଁ ଦହି ଏବଂ ଚିନିରୁ ତିଆରି ସ୍କ୍ରବର ବ୍ୟବହାର କରନ୍ତୁ ।

ସନସ୍କ୍ରିନ

ଶୀତ ଦିନେ ବି ସୂର୍ଯ୍ୟ କିରଣର ପ୍ରଭାବ ଚର୍ମ ଉପରେ ପଡିଥାଏ । ତେଣୁ ଏହି ଦିନ ମାନଙ୍କରେ ବି ତ୍ୱଚାରେ ସନସ୍କ୍ରିନ ଲଗାଇବା ଜରୁରୀ ଅଟେ ।

ପ୍ରତିଦିନ ଗାଧାନ୍ତୁ

ଅଧିକାଂଶ ଲୋକେ ଶୀତ ଦିନରେ ଗାଧୋଇବାକୁ କୁଣ୍ଠାବୋଧ କରିଥାନ୍ତି । ଏପରିକି କିଛି ଲୋକ ଏଭଳି ଥାନ୍ତି କି ଯେଉଁମାନେ ୨-୩ ଦିନରେ ଥରେ ଗାଧେଇଥାନ୍ତି । ତେବେ ଏଭଳି କରିବା ଆଦୌ ଉଚିତ ନୁହେଁ । କାରଣ ନଗାଧୋଇବା ଦ୍ୱାରା ବିଭିନ୍ନ ଚର୍ମ ଜନିତ ରୋଗ ସୃଷ୍ଟି ହୋଇଥାଏ । ତେଣୁ ଶୀତ ଦିନରେ ତ୍ୱଚାର ଯତ୍ନ ନେବା ପାଇଁ ପ୍ରତିଦିନ ଗରମ ପାଣିରେ ଗାଧୋଇବା ଆବଶ୍ୟକ ।

ପାଣି ପିଅନ୍ତୁ

ଅଧିକାଂଶ ଲୋକେ ଶୀତ ଦିନେ ଖୁବ୍ କମ ପାଣି ପିଇଥାନ୍ତି । ଯାହାର ପ୍ରଭାବ ସିଧାସଳଖ ଚର୍ମ ଉପରେ ହିଁ ପଡିଥାଏ । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଶୀତ ଦିନେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ ।

ମଶ୍ଚରାଇଜିଂ

ଆକର୍ଷଣୀୟ ତ୍ୱଚା ପାଇଁ ମଶ୍ଚରାଇଜିଂ କରିବା ବି ବହୁତ ଜରୁରୀ ।