ଖାଇବା ପରେ ଗାଧୋଉଛନ୍ତି କି? ଜାଣନ୍ତୁ ଏହାଦ୍ୱାରା ଶରୀରକୁ କି ପ୍ରକାରର କ୍ଷତି ଘଟିଥାଏ

63

ଖାଦ୍ୟ ଏକ ମୌଳିକ ଆବଶ୍ୟକତା । ସ୍ୱାସ୍ଥ୍ୟ ସହିତ ଖାଦ୍ୟର ସିଧାସଳଖ ସଂପର୍କ ରହିଛି । ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ତେବେ ଖାଦ୍ୟକୁ ଗୁରୁତ୍ୱ ଦେବା ଏକ ଭଲ ଅଭ୍ୟାସ,କିନ୍ତୁ ଖରାପ ଅଭ୍ୟାସ ସ୍ୱାସ୍ଥ୍ୟକୁ କ୍ଷତି ପହଂଚାଇଥାଏ । ତେବେ ଖାଦ୍ୟକୁ ନେଇ ଥିବା ଏକ ଅଭ୍ୟାସ ବିଷୟରେ ଆସନ୍ତୁ ଆଲୋଚନା କରିବା,ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

ମଣିଷକୁ ଏକ ସୁସ୍ଥ ଜୀବନ ଯାପନ ପାଇଁ କେତେକ ଉପାୟକୁ ଅବଲମ୍ବନ କରିବାକୁ ପଡ଼ିଥାଏ । ଯାହା ଏକ ଦୈନିକ କାର୍ଯ୍ୟ । ବେଳେ ବେଳେ ବ୍ୟସ୍ତ ବହୁଳ ଜୀବନ ପାଇଁ ଆମେ ସମସ୍ତ ଜିନିଷର ଭାରସାମ୍ୟ ଠିକ ରଖିବାରେ ଅସମର୍ଥ ହୋଇଥାଉ । ବିଶେଷ କରି ଠିକ ସମୟରେ ଗାଧୋଇବା । କେବଳ ଡାଇଟର ଭାରସାମ୍ୟ ଠିକ କରିବା କଥା ନୁହେଁ ବରଂ ଏକ ସୁସ୍ଥ ଜୀବନ ପାଇଁ ଆମକୁ ଏହା କରିବା ଉଚିତ । ଜାଣନ୍ତୁ ଚିକିତ୍ସା ବିଜ୍ଞାନ ଏବଂ ଆୟୁର୍ବେଦ ଏହାକୁ ନେଇ କ’ଣ କହୁଛି ।

ଆୟୁର୍ବେଦ ଅନୁସାରେ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଏକ ଉପଯୁକ୍ତ ସମୟ ରହିଥାଏ । ଏହାକୁ ଅଣଦେଖା କରିବା ଦ୍ୱାରା କ୍ଷତି ପହଂଚିଥାଏ । ତେବେ କଥା ହେଉଛି ଖାଇବା ପରେ ଗାଧୋଇବା ଅନୁଚିତ । ବାସ୍ତବରେ ଖାଇବା ପରେ ୨ ଘଂଟା ପର୍ଯ୍ୟନ୍ତ ଗାଧୋଇବା ଅନୁଚିତ । କାରଣ ଖାଦ୍ୟ ହଜମ ପାଇଁ ଶରୀରରେ ଅଗ୍ନି ତତ୍ତ୍ୱର ଏକ ପ୍ରମୁଖ ଭୂମିକା ରହିଛି । ତେଣୁ ଖାଇବା ସମୟରେ ଏହା ସକ୍ରିୟ ହୋଇଯାଏ । ତେଣୁ ଖାଦ୍ୟ ହଜମ ପାଇଁ ବ୍ଲଡ ସର୍କୁଲେସନ ବଢିଥାଏ । ଗାଧୋଇବା ମାତ୍ରେ ଶରୀରର ତାପମାତ୍ରା କମିଯାଏ ଏବଂ ଖାଦ୍ୟ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ।

ଆଧୁନିକ ବିଜ୍ଞାନ ଅନୁସାରେ ମଧ୍ୟ ସେହି ସମାନ କତା କୁହାଯାଇଛି । ଏହା ଶରୀରର ତାପମାତ୍ରାକୁ କମ କରିଥାଏ । ଏହା ସହିତ ବ୍ଲଡ ସର୍କୁଲେସନରେ ବାଧାପ୍ରାପ୍ତ ହୋଇଥାଏ ।