ଫୋନ୍ ଚାର୍ଜିଂ ପାଇଁ ଅଧିକ ସମୟ ଲାଗୁଛିକି ? ଏ ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ

113

ଅନେକ ସମୟରେ ଲୋକମାନେ ଫୋନ ସ୍ଲୋ ଚାର୍ଜ ହେବାକୁ ନେଇ ବହୁତ ଚିନ୍ତିତ ଥାଆନ୍ତି । ନିଜର ବ୍ୟସ୍ତ କାର୍ଯ୍ୟ ଭିତରେ ସେ ଫୋନ୍ ଚାର୍ଜିଂ ଶୀଘ୍ର କରିବାକୁ ଚାହିଁଥାନ୍ତି । କିନ୍ତୁ ତାହା ହୋଇନଥାଏ । କେତେକ ୟୁଜର ଏହା ମାନି ନେଇଥାନ୍ତି ଯେ ଫୋନର ବ୍ୟାଟେରୀ ବା ଚାର୍ଜର ବୋଧେ ଖରାପ ହୋଇଯାଇଛି । ପ୍ରକୃତରେ ଫୋନ୍ ଚାର୍ଜିଂ ସମୟରେ ଅନେକ ୟୁଜର ମଧ୍ୟ କିଛି ଭୁଲ କରିଥାନ୍ତି । ଯାହା ଦ୍ୱାରା ଫୋନ୍ ସ୍ଲୋ ଚାର୍ଜ ହୋଇଥାଏ । ଏବେ ଆପଣଙ୍କୁ କିଛି ଉପାୟ କହୁଛୁ , ଯାହା ଦ୍ୱାରା ଆପଣ ଏଥିରେ ସୁଧାର ଆଣିପାରିବେ । ଆଉ ଆପଣଙ୍କର ଫୋନ ଶୀଘ୍ର ଚାର୍ଜ ହୋଇପାରିବ ।

ଫାଷ୍ଟ ଚାର୍ଜିଂ ଆଡପ୍ଟର – ମାର୍କେଟରେ ଏବେ ଫାଷ୍ଟ ଚାର୍ଜିିଂର ଚାର୍ଜର ଉପଲବ୍ଧ ହେଉଛି । ଏଥିରେ ଫୋନ୍ ଶୀଘ୍ର ଚାର୍ଜ ହୋଇପାରିବ ।

ଓରିଜନଲ୍ ଚାର୍ଜରର ବ୍ୟବହାର – ଫୋନକୁ ସବୁବେଳେ ଫୋନ ସହ ଆସିଥିବା ଚାର୍ଜର ଦ୍ୱାରା ଚାର୍ଜ କରାନ୍ତୁ । ଅନ୍ୟ କଂପାନୀର ଚାର୍ଜରରେ ଚାର୍ଜ କଲେ ସ୍ଲୋ ହୋଇଥାଏ ।

ଏରୋପ୍ଲେନ୍ ମୋଡର ବ୍ୟବହାର – ଫୋନକୁ ଚାର୍ଜ କରିବା ସମୟରେ ଏରୋପ୍ଲେନ୍ ମୋଡର ବ୍ୟବହାର କରନ୍ତୁ । ଏମିତି କରିବା ଦ୍ୱାରା ଫୋନ୍ ଅନ୍ ରହିବ । କିନ୍ତୁ ନେଟୱର୍କ ଆସିବ ନାହିଁ ।

ୱାଇ-ଫାଇ, ବ୍ଲୁଟୁଥ୍ କୁ ଅଫ୍ କରନ୍ତୁ – ଫୋନ ଚାର୍ଜିଂ ସମୟରେ ୱାଇ-ଫାଇ, ବ୍ଲୁଟୁଥ୍ କନେକ୍ଟିଭିଟିକୁ ବନ୍ଦ କରିଦିଅନ୍ତୁ । ଏହା ଦ୍ୱାରା ମଧ୍ୟ ଫୋନ ଖୁବ୍ ଶୀଘ୍ର ଚାର୍ଜ ହେବ ।

ଏନଏଫସି କୁ ଅଫ୍ କରନ୍ତୁ – ବେଳେବେଳେ କିଛି ୟୁଜର ଏନଏଫସି ମୋଡକୁ ଅନ୍ ରଖିଥାନ୍ତି । ଚାର୍ଜ ସମୟରେ ଏହାକୁ ଅଫ୍ କରିଦିଅନ୍ତୁ । ଏହା ଦ୍ୱାରା ମଧ୍ୟ ଚାର୍ଜିଂ ରେ କିଛି ପରିବର୍ତନ ଜାଣିପାରିବେ ।

ବ୍ୟାଟେରୀ ସେଭର ମୋଡର ବ୍ୟବହାର କରନ୍ତୁ – ଚାର୍ଜିଂ ସମୟରେ ଫୋନର ବ୍ୟାଟେରୀ ସେଭର ମୋଡ ଅନ୍ କରିଦିଅନ୍ତି । ଏହାଦ୍ୱାରା କଲ୍ , ଏସଏସଏସ ଆସିବ ଓ ଫୋନ ଶୀଘ୍ର ଚାର୍ଜ ହେବ ।

ଫୋନର ବ୍ରାଇଟନେସକୁ କମ୍ ରଖନ୍ତୁ – ଚାର୍ଜିଂ ସମୟରେ ଫୋନର ବ୍ୟବହାର କରନ୍ତୁ ନାହିଁ , ଯଦି କରୁଛନ୍ତି ତ, ତେବେ ଏହାର ବ୍ରାଇଟନେସ୍ କମ୍ କରନ୍ତୁ । ଏହାଦ୍ୱାରା ଚାର୍ଜିଂ ଶୀଘ୍ର ହୋଇପାରିବ ।

( ସୌଜନ୍ୟ- ଏନଡି ଟିଭି )