ଆପଣଙ୍କ ତ୍ୱଚାରେ ଦାଗ ରହିଛି କି ? ତେବେ ବ୍ୟବହାର କରନ୍ତୁ ଘର ତିଆରି ଫେସମାସ୍କ

72

ସାଧାରଣତଃ ରୋଷେଇ ଘରର ଯଦି କାହାରିକୁ ଜୀବନ ବୋଲି କୁହାଯାଏ ତ,ତେବେ ତାହା ଯେ ଆଳୁ,ଏଥିରେ କାହାରି ବି ସନ୍ଦେହ କରିବାର ନାହିଁ । କାହିଁକି ନା ଏହି ଆଳୁରେ ହିଁ ରହିଛି ସମସ୍ତ ପରିବାର ଅଭାବକୁ ପୂରଣ କରିବାର ଦମ୍ । ତେବେ ଆଜି ଆମେ ଆପଣଙ୍କୁ ଏହି ଆଳୁକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ‘ଫେସମାସ୍କ’ବିଷୟରେ କହିବୁ, ଯାହାକି ଆପଣଙ୍କ ତ୍ୱଚାରେ ରହିଥିବା ସମସ୍ତ ଦାଗଦାଗକୁ ଦୂରାଇଦେଇଥାଏ । ଆସନ୍ତୁ ଜାଣିବା ଆଳୁର ‘ଫେସମାସ୍କ’କୁ ପ୍ରସ୍ତୁତ କରିବାର ଉପାୟ ।

ଆବଶ୍ୟକୀୟ ସାମଗ୍ରୀ 

ଏକ ଚାମଚ ଆଳୁର ରସ ।

୫ରୁ ୬ବୁନ୍ଦା ଲେମ୍ବୁ ରସ ।

ଏକ ଚାମଚ ଗୋଲାପ ଜଳ ।

ପ୍ରସ୍ତୁତି ପ୍ରଣାଳୀ

• ତେବେ ଏହି ‘ଫେସମାସ୍କ’କୁ ପ୍ରସ୍ତୁତ କରିବାକୁ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ଆଳୁର ଚୋପାକୁ ଛଡ଼ାଇ ତାହାର ଏକ ପେଷ୍ଟ୍ ବନାଇବାକୁ ପଡ଼ିବ ।

• ଏହାପରେ ଆପଣଙ୍କୁ ଏହାର ପେଷ୍ଟକୁ କୌଣସି ଏକ ଧଳା କପଡ଼ାରେ ଛାଣିକରି ତାହାର ରସକୁ ବାହର କରିବାକୁ ହେବ ।

• ଏହାପରେ ଆପଣଙ୍କୁ ଏକ ପାତ୍ର ନେଇ ସେଥିମଧ୍ୟରେ ଏକ ବଡ଼ ଚାମଚରେ ଚାମଚେ ଆଳୁର ରସ, ୫ରୁ ୬ ବୁନ୍ଦା ଲେମ୍ବୁ ରସ ଏବଂ ଏକ ଛୋଟ ଚାମଚରେ ଚାମଚେ ଗୋଲାପ ଜଳକୁ ମିଶ୍ରଣ କରି ଏହାର ଏକ ‘ଫେସମାସ୍କ’ ପ୍ରସ୍ତୁତ କରିବାକୁ ହେବ ।

• ଏହାପରେ ଆପଣଙ୍କୁ ଏହି ‘ଫେସମାସ୍କ’କୁ ତ୍ୱଚାରେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇବାକୁ ପଡ଼ିବ ।

• ଏହାପରେ ଆପଣଙ୍କୁ ଏହି ‘ଫେସମାସ୍କ’କୁ ଆପଣଙ୍କ ତ୍ୱଚାରୁ ଧୋଇଦେବାକୁ ହେବ  ।

• ତେବେ ଏହି ‘ଫେସମାସ୍କ’କୁ ଆପଣ ଆରମ୍ଭରୁ ପ୍ରତ୍ୟେକ ଦୁଇ ଦିନର ବ୍ୟବଧାନରେ ଲଗାଇବାକୁ ହେବ ।

ଯେତେବେଳେ ଆପଣ ଏହାର ଫରକ୍ ଦେଖିବାକୁ ପାଇବେ ତ,ଏହି ଉପାୟର ପ୍ରୟୋଗକୁ ଆପଣଙ୍କୁ ପ୍ରତ୍ୟେକ ସପ୍ତାହକ ମଧ୍ୟରେ ଦୁଇଥର କରିବାକୁ ପଡ଼ିବ । ତେବେ ଧ୍ୟାନ ରଖନ୍ତୁ, ଯେଉଁ ଲୋକମାନଙ୍କର ତ୍ୱଚା ସେନସେଟିଭ୍ ଅଟେ,ସେମାନେ ଏହାର ପ୍ରୟୋଗ ଠାରୁ ଦୂରେଇ ରହିବା ଆବଶ୍ୟକ ।