Source:Sivana East
ତମ୍ବା ଏକ ଲୋକପ୍ରିୟ ଧାତୁ। ଏହି ଧାତୁରେ ନିର୍ମିତ ପାତ୍ରକୁ ଆମେ ରୋଷେଇରେ ବ୍ୟବହାର କରିଥାଉ। ଠିକ୍ ସେହିପରି କେହି କେହି ତମ୍ବାରେ ତିଆରି ମୁଦି ବି ପିନ୍ଧିଥାନ୍ତି । ଆସନ୍ତୁ ଜାଣିବା ତମ୍ବା ଗହଣା ପିନ୍ଧିଲେ କି କି ଲାଭ ମିଳିଥାଏ?
• ପ୍ରଥମତଃ ତମ୍ବା ଅଳଙ୍କାର ପିନ୍ଧିଲେ ମୁଣ୍ଡବିନ୍ଧା ହେବାର ଆଶଙ୍କା କମ୍ ହୋଇଥାଏ । ଠିକ୍ ସେହିପରି ଆଣ୍ଠୁ ଗଣ୍ଠିରେ ବି ଯନ୍ତ୍ରଣା କମ୍ ହୋଇଥାଏ । ଶରୀରର ଯଦି ଜିଙ୍କର ମାତ୍ରା କମ୍ ଥାଏ, ତେବେ ତାର କୁପ୍ରଭାବ ମଧ୍ୟ ପଡ଼ି ନଥାଏ ।
• ଯଦି ତମ୍ବା ଅଳଙ୍କାର ବିଶେଷ କରି ହାତରେ ବ୍ରେସଲେଟ୍ ପିନ୍ଧିଥିବେ,ତେବେ ଆପଣଙ୍କର ତ୍ୱଚା ସବୁଜ ଦିଶିଥାଏ,ଏହା ଏକ ଅସ୍ୱାଭାବିକ କଥା। ପ୍ରକୃତରେ ଏହା ଏକ ସ୍ୱତନ୍ତ୍ର ପ୍ରତିକ୍ରିୟା।
• ତମ୍ବା ସାଧାରଣତଃ ଆମର ଲୁଣିଆ ତ୍ୱଚାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ବିଶେଷ କରି ଆମର ଯେଉଁ ଅଙ୍ଗରୁ ଝାଳ ବାହାରେ, ସେଠାରେ ତମ୍ବାର ପ୍ରଭାବ ଦେଖିବାକୁ ମିଳିଥାଏ। ଯେତେବେଳେ ଆମେ ଖରାରେ ବାହାରିଥାଉ ବା ଖରାରେ କାମ କରିଥାଉ, ସେତେବେଳେ ବେଶି ଝାଳ ବାହାରି ଥାଏ। ଏହା ଫଳରେ ଶରୀର ଅମ୍ଳଯୁକ୍ତ ହୋଇଥାଏ।
• ଆପଣ ଯେତେ ଅଧିକ ପରିମାଣରେ ଅମ୍ଳଯୁକ୍ତ ଖାଦ୍ୟ ସେବନ କରିବେ,ସେତେ ଶୀଘ୍ର ଆପଣ ଅସୁସ୍ଥ ହୋଇପଡ଼ିବେ। ଯଦି ଆପଣ ଶରୀରରେ ତମ୍ବା ଅଳଙ୍କାର ପିନ୍ଧିଥିବେ,ତେବେ ଏ ସବୁ ଜିନିଷର ଖରାପ ପ୍ରଭାବ ଶରୀର ଉପରେ ପଡ଼ି ନଥାଏ ।
Follow Us