ହଳଦୀ ମିଶ୍ରିତ ଦୁଗ୍ଧ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ! ନିତି ଏହାକୁ ସେବନ କଲେ ଅନେକ ରୋଗରୁ ମୁକ୍ତି ମିଳେ
ଶୀତଦିନେ ଥଣ୍ଡାର ପ୍ରକୋପ ଶରୀରକୁ ବିଭିନ୍ନ ପ୍ରକାର କ୍ଷତି ପହଂଚିଥାଏ । ତାହା ଆଭ୍ୟନ୍ତରୀଣ ଅସୁବିଧା ହେଉ କିମ୍ବା ବାହ୍ୟ ଅସୁବିଧା । ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରିଥାନ୍ତି । ବଢୁଥିବା ଥଣ୍ଡା ଯୋଗୁଁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ । ବିଶେଷ କରି ଥଣ୍ଡା ଏବଂ କାଶ ଦୁଇଟି ସମସ୍ୟା ବ୍ୟକ୍ତିକୁ ଚିନ୍ତାରେ ପକାଇଥାଏ । କିନ୍ତୁ ଏହାର ପ୍ରତିକାର ପାଇଁ ଔଷଧ ଖାଇଲେ ସମସ୍ୟା ଦୂର ହୋଇଯାଏ କିନ୍ତୁ ଶରୀରର ଇନଫେକସନ ସଂପୂର୍ଣ୍ଣ ଭାବରେ ଭଲ ହୋଇ ନଥାଏ । ଯାହା ଦ୍ୱାରା ଏହି ରୋଗରେ ବ୍ୟକ୍ତି ପୁଣିଥରେ ପୀଡ଼ିତ ହୋଇଥାଏ । ତେଣୁ ଏହିଭଳି ସମସ୍ୟାରେ ବହୁ ଲୋକ ହଳଦୀ ଦୁଗ୍ଧ ପିଇବାକୁ ପରାମର୍ଶ ଦେଇଥାନ୍ତି । କାରଣ ଏହା କେବଳ ସର୍ଦ୍ଦିରୁ ବଂଚାଇ ନଥାଏ ବରଂ ଅନ୍ୟ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେଉଁ ଲୋକଙ୍କୁ ଖୁବ ଶୀଘ୍ର ଭାଇରାଲ ଇନଫେକସନ ହୋଇଯାଏ ସେମାନଙ୍କ ପାଇଁ ହଳଦୀ ଦୁଗ୍ଧ କୌଣସି ଔଷଧ ଠାରୁ କମ୍ ହୋଇ ନଥାଏ । ଏହା ପିଇବା ଦ୍ୱାରା ଇମ୍ୟୁନିଟି ଶକ୍ତି ବଢିଥାଏ । ହେଲଥ ଏକ୍ସପର୍ଟଙ୍କ କହିବା ଅନୁସାରେ ହଳଦୀ ମିଶ୍ରିତ ଦୁଗ୍ଧ ସକାଳ ସମୟରେ କିମ୍ବା ରାତିରେ ଶୋଇବାର ଏକ ଘଂଟା ପୁର୍ବରୁ ପିଇଲେ ଏଲର୍ଜି ଏବଂ ଫ୍ଲୁ ହୋଇନଥାଏ । ଆଉ ମଧ୍ୟ ଏହା ଶରୀରରୁ ମାଇକ୍ରୋବ୍ସ ବାହାର କରିଥାଏ । ଏଥିରେ ଆଂଟି- ବ୍ୟାକ୍ଟେରିଅଲ ଗୁଣ ଭରି ରହିଥାଏ । ଏହା ଶରୀରରେ କାଶ ଏବଂ ଇନଫେକସନ ଭଳି ରୋଗରୁ ରକ୍ଷା କରିଥାଏ ।
ଶୀତଦିନେ ବହୁ ଲୋକ ଆଣ୍ଠୁ ଗଣ୍ଠି ଦରଜରେ ମଧ୍ୟ ପିଡ଼ିତ ହୋଇଥାନ୍ତି । ଏହି ଦୁଗ୍ଧରେ ଥିବା ଆଂଟି ଇନଫ୍ଲୋମେଟ୍ରୀ ଗୁଣ ଏହି ସମସ୍ୟାରୁ ବିଶେଷ ଭାବରେ ରକ୍ଷା କରିଥାଏ । ଏହାଦ୍ୱାରା ପାଚନ କ୍ରିୟା ଠିକ୍ ହୋଇଥାଏ ଏବଂ ଏହା ଅଲ୍ସର ଏବଂ ଡାଇରିଆ ଭଳି ରୋଗରୁ ମୁକ୍ତି ଦେଇଥାଏ ।
ଗରମ ଦୁଗ୍ଧରେ ହଳଦୀ ମିଶାଇ ପିଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ ଓ ଏଥିରେ ଥିବା କ୍ୟାଲସିୟମ ଏବଂ ମିନେରାଲସ ସ୍ୱାସ୍ଥ୍ୟ ପାଇଁ ଲାଭବାନ ହୋଇଥାଏ । ପିରିୟଡ଼ସରେ କଷ୍ଟ ଏବଂ ମାଂସପେଶୀରେ ହେଉଥିବା କଷ୍ଟରୁ ମଧ୍ୟ ମୁକ୍ତି ମିଳିଥାଏ । ଯେଉଁ ଲୋକମାନେ ରାତିରେ ଏହାକୁ ପିଇଥାନ୍ତି, ଏହା ତାଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ । ହଳଦୀରେ ଆମିନୋ ଏସିଡ ଥିବାରୁ ଦୁଗ୍ଧ ସହିତ ଏହାକୁ ମିଶ୍ରଣ କରି ପିଇବା ଦ୍ୱାରା ନିଦ ମଧ୍ୟ ଭଲ ହୋଇଥାଏ । ତେବେ ଭଲ ନିଦ ପାଇଁ ରାତିରେ ଶୋଇବାର ୩୦ ମିନିଟ ପୂର୍ବରୁ ଏହାକୁ ପିଇବା ଦରକାର ।
( ସୌଜନ୍ୟ- ଆଜତକ୍ )