ଆପଣ ରକ୍ତଦାନ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଫେସବୁକରେ କେମିତି ହେବେ ବ୍ଲଡ ଡୋନର !

290

କନକ ବ୍ୟୁରୋ : ରକ୍ତ ଦାନ ଏକ ମହାନ କାର୍ଯ୍ୟ ଅଟେ । ଆପଣ ଏହାଦ୍ୱାରା ଅନେକ ଜୀବନ ବଂଚାଇରେ ସାହାଯ୍ୟ କରୁଛନ୍ତି । ଦେଶରେ ରକ୍ତ ଅଭାବରୁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏଣୁ ଏପରି ମହାblood donerନ କାର୍ଯ୍ୟରେ ମନ ଦେବା ଏକ ପୁଣ୍ୟ କାର୍ଯ୍ୟ କହିଲେ ଅତ୍ୟୁକ୍ତି ନୁହେଁ ।

ଏବେ ସୋସିଆଲ ମିଡିଆ ଅନେକ କାର୍ଯ୍ୟରେ ଖୁବ୍ ସହାୟକ ହେଉଛି । ଏହାକୁ ଧ୍ୟାନରେ ରଖି ଫେସବୁକ୍ ଲୋକଙ୍କୁ ବ୍ଲଡ ଡୋନର ହେବାକୁ ଏକ ସୁବିଧା ମଂଚ ଦେଉଛି । ଏଥିପାଇଁ ଆପଣଙ୍କୁ ଫେସବୁକରେ ଜଣେ ବ୍ଲଡ ଡୋନର ଭାବେ ରେଜିଷ୍ଟର କରିବାକୁ ହେବ । ଏହାପରେ ଆବଶ୍ୟକ ପଡିଲେ ଫେସବୁକ୍ ଆପଣଙ୍କୁ ନିର୍ଦ୍ଦେଶ ହେବ । ଯଦି ଆପଣ ନିଜକୁ ରକ୍ତଦାତା ଭାବେ ଦେଖିବାକୁ ଚାହୁଁଛନ୍ତି ଏବଂ ଲୋକଙ୍କ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତ ପ୍ରଥମେ ବ୍ଲଡ ଡୋନର ହୋଇଥିବା କୈାଣସି ୟୁଜରଙ୍କ ଲିଙ୍କକୁ କ୍ଲିକ୍ କରନ୍ତୁ । ଜଏନ୍ ନାଓ ରେ କ୍ଲିକ୍ କରିବା ପରେ ପେଜ୍ ଖୋଲିବ । ସେଠାରେ ନିଜର ବ୍ଲଡ ଗ୍ରୁପ୍ ବାଛନ୍ତୁ ଏବଂ ଏହା ପୂର୍ବରୁ ରକ୍ତ ଦେଇଛନ୍ତି ନା ନାହିଁ । ଏହାପରେ ସବମିଟ୍ କରିଦିଅନ୍ତୁ ।

ଆପଣ ଏବେ ରେଜିଷ୍ଟର କରିସାରିଛନ୍ତି । ଏବେ ଯେବେ ବି କାହାର ଆବଶ୍ୟକ ହେବ , ଆପଣଙ୍କ ପାଖକୁ ନୋଟିଫିକେଶନ ଆସିବ । ଯଦି ଆପଣ ଏହି ସମୟରେ ବ୍ଲଡ୍ ଦେବାକୁ ଚାହୁଁଛନ୍ତି ତ ରିପ୍ଲାଇ କରିପାରିବେ । ଏହାଛଡା ନିଜର ବନ୍ଧୁମାନଙ୍କୁ ମଧ୍ୟ ମୋଟିଭେଟ୍ କରିପାରିବେ ଏଥିପାଇଁ । ଆପଣ ଏକ ଉତ୍ତମ କାର୍ଯ୍ୟ କରିବାକୁ ପ୍ରସ୍ତୁତ । ବର୍ତ୍ତମାନ ଆପଣ ଏହି ଫେସବୁକରେ ଶେୟାର କରି ଅନ୍ୟ ଲୋକଙ୍କୁ ମଧ୍ୟ ବ୍ଲଡ ଡୋନେଟର ହେବାକୁ କହିପାରିବେ । (ସୌଜନ୍ୟ-ନବଭାରତ ଟାଇମ୍ସ)