ଅଧିକ ଲୁଣ ହାନିକାରକ, କିନ୍ତୁ କଳାଲୁଣରେ ରହିଛି ରୋଗ ପ୍ରତିଷେଧକ ତତ୍ତ୍ୱ

ଅଧିକ ଲୁଣ ହାନିକାରକ, କିନ୍ତୁ କଳାଲୁଣରେ ରହିଛି ରୋଗ ପ୍ରତିଷେଧକ ତତ୍ତ୍ୱ

Source:stylecraze.com

ସାଧାରଣତଃ ଜଳଖିଆ କିମ୍ବା ସାଲାଡ଼ର ସ୍ୱାଦ ବଢ଼ାଇବା ପାଇଁ ଆମେ କଳାଲୁଣ ବ୍ୟବହାର କରିଥାଉ । ଲୁଣ ଅପେକ୍ଷା କଳାଲୁଣର ସ୍ୱାଦ କିଛି ମାତ୍ରାରେ ଭିନ୍ନ ରହିଥାଏ । ତେବେ ଅଧିକ ଲୁଣ ଶରୀର ପ୍ରତି ହାନିକାରକ ହୋଇଥିବା ବେଳେ କଳାଲୁଣ ହୋଇଥାଏ ଲାଭଦାୟକ । ଏଥିରେ ଥିବା ମିନେରାଲ୍ ଶରୀରକୁ ଅନେକ ରୋଗରୁ ଦୂରରେ ରଖିଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ବିଷୟରେ ।

• ପ୍ରତିଦିନ ପ୍ରାତଃ ସମୟରେ ହାଲୁକା ଗରମ ପାଣି ସହ କଳାଲୁଣ ମିଶାଇ ସେବନ କରିବା ଦ୍ୱାରା ମେଦବୃଦ୍ଧି, ଗଳାସମସ୍ୟା , ହାଡ଼ ଜନିତ ସମସ୍ୟାର ସମାଧାନ ହୋଇଥାଏ ।

• କଳାଲୁଣ ହଜମ ପ୍ରକ୍ରିୟାକୁ ଠିକ କରିବା ସହ ଶରୀରର କୋଶିକାଗୁଡ଼ିକୁ ନ୍ୟୁଟ୍ରିୟସ୍ ଯୋଗାଇଥାଏ ।

• ଏଥିରେ ଭରପୂର ମାତ୍ରାର ମିନେରାଲ ରହିଥାଏ, ଯାହା ଚିନ୍ତା ମୁକ୍ତ ରହିବାରେ ସାହାଯ୍ୟ କରେ ।

• ଏହାକୁ ଦୈନିକ ସେବନ କରିବା ଦ୍ୱାରା ମେଦ ହ୍ରାସ ହେବା ସହ ଭଲ ନିଦ ମଧ୍ୟ ହୋଇଥାଏ ।

• କଳାଲୁଣକୁ ଉଷୁମ ପାଣି ସହ ପିଇବା ଦ୍ୱାରା ଗଳା ସମ୍ପର୍କୀତ ରୋଗ ଦୂର ହୋଇଥାଏ ।

• ଏହା ଦ୍ୱାରା ଶରୀରରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ ।

• ଏଥିରେ ଆଇରନ ଭରପୂର ମାତ୍ରାରେ ରହିଥାଏ ଯାହା ଦ୍ୱାରା ଶରୀରରେ ରକ୍ତର ପରିମାଣ ସଠିକ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe