ଆତ୍ମହତ୍ୟା ପୂର୍ବରୁ ମିଳିବ ସୂଚନା ! ଆତ୍ମହତ୍ୟା ଉଦ୍ୟମ କରିବାର ୨ ବର୍ଷ ପୂର୍ବରୁ ଦେବ ଆଗୁଆ ସୂଚନା

45

ବୈଜ୍ଞାନିକମାନେ ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହା କେହି ଆତ୍ମହତ୍ୟା ଉଦ୍ୟମ କରିବାର ୨ ବର୍ଷ ପୂର୍ବରୁ ଆଗୁଆ ସୂଚନା ଦେବ । ଏହି ଉପକରଣର ୮୦ ପ୍ରତିଶତ ପୂର୍ବାନୁମାନ ଠିକ୍ ରହିବ ବୋଲି ଗବେଷକମାନେ ଦାବି କରିଛନ୍ତି ।

ଏହାଦ୍ୱାରା ଆତ୍ମହତ୍ୟା ଜନିତ ମୃତ୍ୟୁକୁ ରୋକା ଯାଇପାରିବ ବୋଲି ଗବେଷକ ମତ ଦେଇଛନ୍ତି । ଆମେରିକାସ୍ଥିତ ‘ଫ୍ଲୋରିଡା ଷ୍ଟେଟ୍ ୟୁନିଭର୍ସିଟି’ର ଗବେଷକମାନେ ନିକଟରେ ପାଖାପାଖି ୨ ନିୟୁତ ରୋଗାଙ୍କ ସ୍ୱାସ୍ଥ୍ୟର ବୈଦ୍ୟୁତିକ ରେର୍କଡରୁ ତଥ୍ୟ ସଂଗ୍ରହ କରିଥିଲେ । ରୋଗୀଙ୍କ ମଧ୍ୟରୁ ୩,୨୦୦ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବା ସେମାନେ ଉକ୍ତ ମେସିନ ମାଧ୍ୟମରେ ବିଶ୍ଳେଷଣ କରି ଜାଣିବାକୁ ପାଇଥିଲେ । ବିଭିନ୍ନ ପାରିପାଶ୍ୱିକ ଦିଗକୁ ଅନୁଧ୍ୟାନ କରି ଭବିଷ୍ୟତରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ ଏଥିରେ ଚିହ୍ନଟ କରାଯାଇଥିଲା ।

ଏହା ସହ ଆତ୍ମହତ୍ୟା ଉଦ୍ୟମର କାରଣ ସଂପର୍କରେ କୃତ୍ରିମ ଗୋଇନ୍ଦା ତଥ୍ୟ ଯୋଗାଇବାରେ ସକ୍ଷମ ହୋଇପାରି ଥିଲା । ଯଦି କେହି ୨ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିବାର ଆଶଙ୍କା ଥାଏ ତେବେ ଏହା ପୂର୍ବରୁ ସୂଚନା ମିଳିପାରିବ । ତେବେ ଆତ୍ମହତ୍ୟା ଉଦ୍ୟମର ସମୟ ଯେତେ ନିକଟତର ହେଉଥିବ ଏହା ସେତେ ନିର୍ଭୁଲ ସୂଚନା ଦେଇପାରିବ ବୋଲି ‘ଫ୍ଲୋରିଡା ଷ୍ଟେଟ୍ ୟୁନିଭର୍ସିଟି’ ଗବେଷକମାନେ ସୂଚନା ଦେଇଛନ୍ତି ।