ଆମେ ସମସ୍ତେ ଜୀବନରେ ଅନେକ ଭୁଲ କରିଛନ୍ତି । କିନ୍ତୁ ୧୬ ରୁ ୨୫ ବର୍ଷ ବୟସ ଏକ ଏଭଳି ସମୟ ହୋଇଥାଏ ଯେଉଁଥିରେ ଲୋକେ ବୋଧେ ସବୁଠାରୁ ଅଧିକ ଭୁଲ କରିଥାଏ । ତେବେ ଏହି ଭୁଲରେ ଯଦି କେହି କିଛି ଶିକ୍ଷା ପାଇଲା ତେବେ ସେ ତା ଜୀବନରେ ନିଶ୍ଚୟ ସଫଳତା ହାସଲ କରିଥାଏ ମାତ୍ର ଯଦି ଶିକ୍ଷା ନପାଇ ବାରମ୍ବାର ସେହି ଭୁଲ କରିବାରେ ଲାଗିଥାଏ ତାହେଲେ ସେ ଜୀବନରେ କେବେ ସଫଳ ହୋଇପାରି ନଥାଏ ।
• କାହା ଉପରେ ଅତି ସହଜରେ ବିଶ୍ୱାସ କରି ନେବା
ଏହା ଏକ ଏପରି ଭୁଲ ଯାହା ପ୍ରତି ଯୁବପିଢୀ କରିଥାନ୍ତି । ଏହାର ଏକ ଫାଇଦା ହେଲା, ଏହାଦ୍ୱାରା ବିଶ୍ୱରେ ପ୍ରତ୍ୟେକ ଜିନିଷକୁ ବୁଝିବା ଏବଂ ପରଖିବାର ଜ୍ଞାନ ଉଦୟ ହୋଇଥାଏ । ଜୀବନରେ ଅନେକ ଲୋକ ଧୋକ୍କା ଖାଇଛନ୍ତି ମାତ୍ର ସେଥୁରୁ ଯଦି କେହି ଶିକ୍ଷା ପାଏ ତେବେ ସେଟା ତାପାଇଁ ଆଶୀର୍ବାଦ ଭଳି କାର୍ଯ୍ୟ କରିଥାଏ ।
• ଆକର୍ଷଣ ଏବଂ ପ୍ରେମ ମଧ୍ୟରେ ଫରକକୁ ବୁଝିବା
ଏହା ଏକ ଏଭଳି ପରିସ୍ଥିତି ଯେଉଁଥିରେ ସମସ୍ତ ଯୁବପିଢୀକୁ ଗତି କରିବାକୁ ପଡିଥାଏ । ପ୍ରେମ ବିଷୟରେ ତ ଆପଣଙ୍କୁ ଖୁବ୍ ଭଲ ଭାବେ ଜଣାଥିବ ମାତ୍ର ଆକର୍ଷଣକୁ ଯଦି ସଠିକ୍ ସମୟରେ ନିୟନ୍ତ୍ରଣ କରା ନ ଯାଏ ତେବେ ତାହା ଭୟଙ୍କର ରୋଗ ରୁପରେ ଆର୍ବିଭାବ ହୋଇଥାଏ ।
• ଦ୍ୱନ୍ଦ
ବେଳେବେଳେ ଅଧିକାଂଶ ଶଦ୍ଦଟିକୁ ନିଜ ଜୀବନରେ ଏତେମାତ୍ରାରେ ପ୍ରାଧାନ୍ୟ ଦେଇ ଦିଅନ୍ତି କି କେଉଁଟା ଠିକ୍ ଆଉ କେଉଁଟା ଭୁଲ ତାକୁ ନିର୍ଣ୍ଣୟ କରିବା ତାଙ୍କ ପାଇଁ କଷ୍ଟ ହୋଇପଡିଥାଏ ।
• କମ୍ ସମୟରେ ବହୁତ କିଛି ପାଇବାର ଇଚ୍ଛା
କମ୍ ସମୟ ମଧରେ ଅନେକ କିଛି ଲାଭ କରିବାର ଇଚ୍ଛା ପ୍ରାୟତଃ କିଶୋର କିଶୋରୀଙ୍କଠାରେ ବହୁତ ଦେଖିବାକୁ ମିଳିଥାଏ । ଆଉ ସେମାନେ ସ୍ଥିର କରିପାରନ୍ତି ନାହିଁ ସେମାନଙ୍କ କଣ କରିବାରେ ଅଛି । ଯେଉଁଥିପାଇଁ ସେମାନେ ସେମାନଙ୍କ ନିଷ୍ପତିକୁ ବାରମ୍ବାର ପରିବର୍ତ୍ତନ ମଧ୍ୟ କରିଥାନ୍ତି ।
• ନିଜକୁ ଦୋଷଦେବା ବା ଆତ୍ମଗ୍ଲାନୀ
ପ୍ରଥମ ଥରରେ ହିଁ ସଫଳତା ହାସଲ କରିବା ଖୁବ୍ କମ୍ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ । ତେବେ ପଡିବା ଏବଂ ପଡି ଉଠି ଆଗକୁ ଆଗକୁ ବଢିବା ହେଉଛି ପ୍ରକୃତ ଜୀବନ । ଏଥିପାଇଁ ଏହି ପ୍ରବୃତିକୁ ଛାଡିବା ନିହାତି ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/mistakes-to-avoid.jpg)