କନକ ବ୍ୟୁରୋ: ଟ୍ରେନରେ ଡ଼ାକ୍ତରଖାନାର ସୁବିଧା । ମୁମ୍ବାଇରେ ପହଂଚିଲା ଏହି ଲାଇଫ ଲାଇନ ଏକ୍ସପ୍ରେସ । ଦେଶର ପ୍ରଥମ ହସ୍ପିଟାଲ ଟ୍ରେନ ଲାଇଫଲାଇନ ଏକ୍ସପ୍ରେସ ବୀରବାର ମୁମ୍ବାଇର ଶିବାଜୀ ମହାରାଜ ଟର୍ମିନାଲରେ ପହଂଚିଛି । ଏହି ଏକ୍ସପ୍ରେସ ଦେଶର ୧୨ ଲକ୍ଷ ରୋଗୀଙ୍କୁ ଚିକିତ୍ସା ସୁବିଧା ସୁଯୋଗ ଯୋଗାଇଛି । ଭାରତର ୧୯ଟି ରାଜ୍ୟରେ ଏହି ଟ୍ରେନ ଯାତ୍ରା କରିଥିବା ସୂଚନା ରହିଛି ।

publive-image

୧୨ ଲକ୍ଷ ରୋଗୀଙ୍କ ମଧ୍ୟରେ ୧ଲକ୍ଷ ୪୬ ହଜାର ରୋଗୀଙ୍କ ଅସ୍ତ୍ରପ୍ରଚାର ହୋଇଥିବା ସୂଚନା ରହିଛି । ୧୯୯୧ ମସିହାରୁ ଏହି ଟ୍ରେନର ଚିକିତ୍ସା ସୁବିଧା ଆରମ୍ଭ ହୋଇଛି । ଟ୍ରେନ ଚାଲୁଥିବା ସମୟରେ ଏଥିରେ ରୋଗୀଙ୍କ ଚିକିତ୍ସା କରାଯାଏ । ପ୍ରଥମେ ରୋଗୀଙ୍କ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଏ । ପରେ ଟ୍ରେନରେ ଚିକିତ୍ସା ପାଇଁ ରୋଗୀଙ୍କୁ ତାରିଖ ଦିଆଯାଏ । ଏଠାରେ ରୋଗୀଙ୍କ ମାଗଣା ଚିକିତ୍ସା କରାଯାଇଥାଏ ।

publive-image

ତେବେ ଲାଇଫ ଲାଇନ ଏକ୍ସପ୍ରେସର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଦେଶର ସମସ୍ତ ଦୁର୍ଗମ ଅଂଚଳ ଯେଉଁଠି ମେଡିକାଲ ସୁବିଧାଗୁଡିକ ପହଂଚିପାରୁନଥିବ । ସେଠାରେ ଥିବା ପିଲା ଏବଂ ବରିଷ୍ଠ ଲୋକେ ମେଡିକାଲରେ ପହଂଚି ପାରୁନାହାନ୍ତି ଆଉ ଏଭଳି ଲୋକଙ୍କୁ ତ୍ୱରିତ ଉନ୍ନତମାନର ସର୍ଜିକାଲ ଚିକିତ୍ସା ମାଗଣାରେ ଉପଲବ୍ଧ କରାଇବା । ଟ୍ରେନର ଷ୍ଟେଟ-ଅଫ-ଦ-ଆର୍ଟ ଅପରେସନ ଥିଏଟରରେ କଟା ଗୋଡ, ହାତ, ମୋତିଆବିନ୍ଦୁ ଏବଂ ଅସ୍ତ୍ରୋପଚାର ଭଳି ଅପରେସନ କରାଯାଇଥାଏ ।