କନକ ବ୍ୟୁରୋ : କୁନି ଝିଅର ଯନ୍ତ୍ରଣା ନେଇ ଖବର ପ୍ରସାରଣ ତତ୍ପରତା ଦେଖାଇଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ବିଷଧର ସାପ କାମୁଡିବା ପରେ ଝିଅଟିର ଡାହାଣ ହାତ ପଚି ନଷ୍ଟ ହେବାକୁ ବସିଛି । ହେଲେ, ପରିବାରର ଆର୍ଥିକ ସ୍ଥିତି ଝିଅର ଚିକିତ୍ସା ପାଇଁ ବାଧକ ସାଜିଥିବା ଓ ଭାଗ୍ୟକୁ ଆଦରି ଗତ ମାସେ ହେବ ପଡି ରହିଥିଲା ନଅ ବର୍ଷର ଝିଅ ମଞ୍ଜୁଳା । ଏହି ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି, ଜିଲ୍ଳା ପ୍ରଶାସନ ।
ଛୋଟ ଝିଅଟିକୁ ରାଇଘର ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏକ ଚାରି ଜଣିଆ ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ମେଡିକାଲକୁ ପଠାଯାଇଛି । ପ୍ରଥମେ ରେଡକ୍ରସରୁ ଜିଲ୍ଲାପାଳ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏବଂ ହସ୍ପିଟାଲରେ ସମସ୍ତ ଡାକ୍ତରୀ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/4-17.jpg)