ମସ୍ତିଷ୍କକୁ ଅଧିକ ସକ୍ରିୟ କରିବାକୁ ଚାହୁଁଛନ୍ତି କି ? ଏହି ଅଭ୍ୟାସ ଗୁଡିକୁ ପରିତ୍ୟାଗ କରନ୍ତୁ

50

ଶରୀରର ସମସ୍ତ କ୍ରିୟାର ସଂଚାଳନ ମସ୍ତିଷ୍କ ଦ୍ୱାରା ହୋଇଥାଏ । ନିଶ୍ୱାସ ନେବା ହେଉ, ମାଂସପେଶୀକୁ କଣ୍ଟ୍ରୋଲ କରିବା ହେଉ , ଚିନ୍ତନ ଓ ବୁଝିବା , ସ୍ମୃତିଶକ୍ତି ହର୍ମୋନ୍ସର ନିୟନ୍ତ୍ରଣ ଆଦି ସବୁ କାର୍ଯ୍ୟକୁ ସଂଚାଳନ ମସ୍ତିଷ୍କ କରିଥାଏ । ଏଥିପାଇଁ ଆମର ଭୋଜନର ଅଧିକାଂଶ ଭାଗ ମସ୍ତିଷ୍କର ପୋଷଣରେ ଲାଗିଥାଏ । ଆମର ଦୈନିକ ଜୀବନର ବହୁତ ଏମିତି ଅଭ୍ୟାସ ଯାହା ଆମର ମସ୍ତିଷ୍କର କ୍ଷମତାରେ ପ୍ରଭାବ ପକାଏ ।

ଶୋଇବାରେ ସଠିକତା ରଖନ୍ତୁ –
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରେ ଏହା କୁହାଯାଇଛି ଯେ, ଯେତେବେଳେ ଆମେ ଶୋଇଥାଉଁ , ସେତେବେଳେ ଆମର ମସ୍ତିଷ୍କ ଏକତ୍ରିତ ସବୁ ବିଷାକ୍ତ ପଦାର୍ଥକୁ ବାହାର କରି ନିଜକୁ ସଫା କରିଥାଏ । ଯଦି କମ୍ ଶୋଇଥିବ ତ ଏମିସନ୍ ପ୍ରକ୍ରିୟା ଅଧା ରହିଯାଇଥାଏ ଏବଂ ବିଷାକ୍ତ ପଦାର୍ଥ ମସ୍ତିଷ୍କର କୋଷିକାଗୁଡିକୁ କ୍ଷତି ପହଁଚାଇଥାଏ । ଏହାଦ୍ୱାରା କୋଷିକାଗୁଡିକ କ୍ଷତିଗ୍ରସ୍ତ ହୋଇଥାଏ । ଆମର ମସ୍ତିଷ୍କ ଅପସେଟ୍ ହୋଇଯାଏ । ଏବଂ ସ୍ମୃତିଶକ୍ତି ହ୍ରାସ ଘଟିବା ଭଳି ସମସ୍ୟା ସାମ୍ନାକୁ ଆସିଥାଏ ।

ଧୃମ୍ରପାନକୁ ପରିତ୍ୟାଗ କରନ୍ତୁ – ଅନେକ ଅଧ୍ୟୟନରୁ ଏହା ସାବ୍ୟସ୍ତ ହୋଇଛି ଯେ, ଧୃମ୍ରପାନ କରୁଥିବା ବ୍ୟକ୍ତିଙ୍କର ମସ୍ତିଷ୍କର ସଂଜ୍ଞାନାତ୍ମକ କ୍ଷମତା ଅର୍ଥାତ୍ ବୋଧଶକ୍ତି କ୍ଷମତା କମ୍ ହୋଇଯାଏ । ଏହା ଛଡା ଧୃମ୍ରପାନ କରିବା ଦ୍ୱାରା ସ୍ମରଣ ଶକ୍ତି ଶିଖିବା ଓ ବୁଝିବାର କ୍ଷମତାରେ ମଧ୍ୟ ହ୍ରାସ୍ ଘଟେ । ଖାଲି ଏତିକି ନୁହେଁ ଧୃମ୍ରପାନ କରୁଥିବା ବ୍ୟକ୍ତିଙ୍କ ଭିତରେ ଡିମେନଶିଆ ଓ ଏଲ୍ଟଶାଇମର୍ଜ ରୋଗର ମଧ୍ୟ ସମ୍ଭାବନା ଥାଏ ।

କମ୍ କଥାବାର୍ତ୍ତାରେ ବି କ୍ଷତି ଥାଏ – ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଏକ ଅଧ୍ୟୟନ ଅନୁସାରେ, ଯେଉଁଲୋକ କମ୍ କଥାବାର୍ତ୍ତା କରିଥାନ୍ତି, ସେମାନଙ୍କ ଠାରେ ମଧ୍ୟ ବ୍ରେନ ଡ୍ୟାମେଜ୍ ହେବାର ସମ୍ଭାବନା ଥାଏ । ଏହାର କାରଣ ଏହା ଯେ, କମ୍ କହିବା ବା ଚିନ୍ତା କରିବା ଦ୍ୱାରା ମସ୍ତିଷ୍କର କୋଷିକାଗୁଡିକ ନିଷ୍କ୍ରିୟ ହୋଇ ସଂକୁଚିତ ହୋଇଯାଏ । ଆମେ ଯେତେବେଳେ କଥାବାର୍ତ୍ତା କରିଥାଉଁ , ସେତେବେଳେ କୋଷିକା ଗୁଡିକ ସକ୍ରିୟ ରହିଥାଏ ଏବଂ ସେମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ଘଟିଥାଏ ।

ପ୍ରଦୃଷିତ ସ୍ଥାନରୁ ଦୂରେଇ ରୁହନ୍ତୁ – ଆମର ମସ୍ତିଷ୍କ ଭଲ ଭାବେ କାମ କରିବା ପାଇଁ ଶରୀରକୁ ଅନ୍ୟ ଅଙ୍ଗ ତୁଳନାରେ ୧୦ ଗୁଣ ଅଧିକ ଅମ୍ଳଜାନ ଦରକାର ହୁଏ । ବାୟୁ ପ୍ରଦୁଷଣ ସ୍ଥାନରେ ମସ୍ତିଷ୍କକୁ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ୍ ମିଳିପାରିନଥାଏ । ଏହାଦ୍ୱାରା ଏହାର କାର୍ଯ୍ୟ କ୍ଷମତା ବ୍ୟାହତ ହୁଏ । ଏଥିପାଇଁ ପ୍ରଦୁଷିତ ବାୟୁ ଥିବା ସ୍ଥାନରୁ ନିବୃତ୍ତ ରୁହନ୍ତୁ । ଯାହା ଆପଣଙ୍କର ସ୍ୱାସ୍ଥ୍ୟପକ୍ଷେ ହିତକର ସାବ୍ୟସ୍ତ ହେବ ।

(ସୌଜନ୍ୟ- ନବଭାରତ ଟାଇମ୍ସ)