ସୋୟାବିନ କ୍ୟାନସର ଭଳି ରୋଗରୁ ମୁକ୍ତି ଦେଇଥାଏ ! ଏହାକୁ ଖାଇଲେ କେଉଁ କେଉଁ ଫାଇଦା ମିଳେ ଆସନ୍ତୁ ଜାଣିବା

47

ସୋୟାବିନରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ । ଏହା ଅଣ୍ଡା , ଦୁଗ୍ଧ ଓ ମାଂସରେ ମିଳୁଥିବା ପ୍ରୋଟିନ୍ ଠାରୁ ମଧ୍ୟ ଅଧିକ । ଏହାଛଡା ଏଥିରେ ଭିଟାମିନର କଂପ୍ଲେକ୍ସ , ଭିଟାମିନ୍ –ଇ , ମିନେରାଲ୍ସ ଓ ଏମିନୋ ଏସିଡ୍ ପର୍ଯ୍ୟପ୍ତ ମାତ୍ରାରେ ଥାଏ । ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ବ୍ୟତୀତ ଆହୁରି ଅନେକ ପ୍ରକାରର ରୋଗର ଉପଚାରରେ ସାହାଯ୍ୟ କରିଥାଏ । ଶାରୀରିକ ବିକାଶ , ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଓ କେଶ ସମସ୍ୟାର ମଧ୍ୟ ଉପଚାର ସୋୟାବିନ୍ ଦ୍ୱାରା ସମ୍ଭବ ହୋଇଥାଏ । ଏହି ସବୁ ପରେ ସୋୟାବିନ୍ ଦ୍ୱାରା ଅନେକ ଫାଇଦା ଅଛି । ଯାହା ବିଷୟରେ ଆପଣଙ୍କୁ କିଛି ତଥ୍ୟ ଦେଉଛୁ –

୧ – କୋଷିକା ଗଠନ କରେ – ସୋୟାବିନ୍ ପ୍ରୋଟିନର ଏକ ପ୍ରମୁଖ ସ୍ରୋତ ଅଟେ । ଏଣୁ ଏହାର ସେବନରେ ମେଟାବଲିକ୍ ସିଷ୍ଟମକୁ ଗଠନ କରିଥାଏ । ଏହା ବ୍ୟତୀତ ଏହି କୋଷିକା ଗୁଡିକର ବିକାଶ ତଥା କ୍ଷତିଗ୍ରସ୍ତ କୋଷିକାଗୁଡିକର ହଠନରେ ଏହା ସାହାଯ୍ୟ କରେ ।

୨ – ଓଜନ କମାଇବା ଓ ବଢାଇବାରେ ସାହାଯ୍ୟ କରେ – ସୋୟାବିନ୍ ଓଜନ ଓ ବଢାଇବାରେ ବ୍ୟବହାର କରାଯାଇପରେ । ଏହା ଭୋକ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ । କାରଣସ୍ୱରୂପ ମୋଟାପାର ସମସ୍ୟା କମିଥାଏ । ଏହା ବ୍ୟତୀତ ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ୍ ଓ ଫାଇବର ମଧ୍ୟ ମିଳିଥାଏ । ଯାହା ଓଜନ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ ଏଥିପାଇଁ ଅଧିକ ମାତ୍ରାରେ ସୋୟାବିନ୍ ସେବନ କରିବାର ଆବଶ୍ୟକତା ହେବ ।

୩ – କ୍ୟାନସରରୁ ରକ୍ଷା ମିଳେ – ସୋୟାବିନରୁ ମିଳୁଥିବା ଆଣ୍ଟି-ଅକ୍ସିଡେଣ୍ଟସ୍ ଅନେକ ପ୍ରକାରର କ୍ୟାନସର ରୋକିବାରେ ସାହାଯ୍ୟ କରେ । ଏହା ଶରୀରରେ କ୍ୟାନସର ସୃଷ୍ଟି କରୁଥିବା କୋଷିକାଗୁଡିକୁ ରୋକିଥାଏ । ସୋୟାବିନ୍ ରେ ଥିବା କଣ୍ଟେଂଟ କୋଲୋନ୍ କ୍ୟାନସର ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।

୪ – ହାଡକୁ ମଜବୁତ୍ କରେ – ସୋୟାବିନରେ ଖୁବ୍ ଅଧିକ ମାତ୍ରାରେ ଭିଟାମିନ୍ ଓ ମିନେରାଲ୍ସ ମିଳିଥାଏ । ଏହା ବ୍ୟତୀତ କ୍ୟାଲସିୟମ , ମ୍ୟାଗ୍ନେସିୟମ , କପର , ସେଲେନିୟମ ଓ ଜିଙ୍କ୍ ର ମାତ୍ରା ଅଧିକ ମାତ୍ରାରେ ମିଳେ । ଏ ସବୁ ପୋଷକ ତତ୍ୱ ଶରୀରର ହାଡକୁ ମଜବୁତ୍ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ।

୫ – ମାନସିକ ରୋଗରେ ଫାଇଦା – ଯେକୌଣସି ପ୍ରାକାର ରୋଗରେ ସୋୟାବିନର ସେବନ ଅନେକ ଫାଇଦାପୂର୍ଣ୍ଣ ଥାଏ । ଏହା ମାନସିକ ସନ୍ତୁଳନକୁ ସମତୁଲ ରଖି ମସ୍ତିଷ୍କକୁ ସକ୍ରିୟ କରେ । ଏହା ବ୍ୟତୀତ ହୃଦୟ ରୋଗ ରେ ମଧ୍ୟ ସୋୟାବିନର ସେବନ ବହୁତ ଦରକାରୀ ଅଟେ ।

( ସୌଜନ୍ୟ- ଜନସତ୍ତା)