ଭିଟାମିନରେ ଭରପୁର ପଣସ ! ଉଚ୍ଚ ରକ୍ତଚାପ ସହ ଅନେକ ରୋଗରୁ କରେ ରକ୍ଷା

128

ପଣସକୁ କେବଳ ଏକ ସୁସ୍ୱାଦ ଖାଦ୍ୟ ନୁହେଁ ବରଂ ଭଲ ଔଷଧ ମଧ୍ୟ । ଆଜମା ରୋଗୀ ମାନଙ୍କ ପାଇଁ ପଣସଠାରୁ ଭଲ ଔଷଧ ନାହିଁ । କେବଳ ଏତିକି ନୁହେଁ ହରମୋନକୁ ନିୟନ୍ତ୍ରିତ କରିବାରେ ମଧ୍ୟ ଏହା ଲାଭଦାୟକ ପ୍ରମାଣିତ ହୋଇଛି । ଏଥିରେ ଏମିତି କିଛି ପୋଷକ ତତ୍ୱ ଅଛି ଯାହା ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂରା କରିଥାଏ । ଏଥିରେ ଭିଟାମିନ୍ ଏ, ସି, ଫାଇବର୍ ,କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍ ପ୍ରଚୁର ମାତ୍ରାରେ ଅଛି । ଏହା ହୃଦରୋଗ ପାଇଁ ବେଶ୍ ଲାଭଦାୟକ ମଧ୍ୟ । ପଢନ୍ତୁ ପଣସର କିଛି ଔଷଧୀୟ ଗୁଣ ।

• ପଣସରେ ଥିବା ପୋଟାସିୟମ୍ ହୃଦରୋଗ ଜନିତ ରୋଗରୁ ସୁରକ୍ଷିତ ରଖିଥାଏ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଖୁବ୍ ଲାଭଦାୟକ

• ଏଥିରେ ଥିବା ଆଇରନ୍ ଏନିମିଆ ରୋଗରୁ ରକ୍ଷା କରିଥାଏ । ଏହା ସହ ପଣସ ରକ୍ତ ସଂଚାଳନକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ ।

• ଆଜମା ରୋଗୀଙ୍କ ପାଇଁ ପଣସ ଖୁବ୍ ଭଲ ଔଷଧ ରୂପେ ବିବେଚିତ ହୋଇଛି । କଂଚା ପଣସକୁ କିଛି ସମୟ ପାଣିରେ ସିଝାଇ ବାହାର କରିଦିଅନ୍ତୁ । ଥାଣ୍ଡା ହୋଇଗଲା ପରେ ଏହି ପାଣିକୁ ପିଅନ୍ତୁ । ଏପରି ନିୟମିତ ରୂପେ କଲେ ଆଜମା ରୋଗରୁ ଆରାମ ମିଳିଥାଏ ।

• ପଣସରେ ପ୍ରଚୁର ପରିମାଣର ମ୍ୟାଗ୍ନେସିୟମ ଅଛି । ତେଣୁ ଏହାକୁ ଖାଇଲେ ଶରୀରର ହାଡ ମଜଭୂତ ହୋଇଥାଏ ।

• ପଣସରେ ଥିବା ଭିଟାମିନ୍ – ସି ପାଇଁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ।