ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ନିଦ ଲାଗେ କାହିଁକି ! ଜାଣନ୍ତୁ ଏହାର କାରଣ

144

ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ନିଦ ଲାଗିଥାଏ । ଯେଉଁମାନେ ବି ଚାକିରୀ କରିଛନ୍ତି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଏପରି ହୋଇଥାଏ । ତେବେ କାହିଁକି ଏପରି ହୋଇଥାଏ ତାର କାରଣ ଏବେ ସାମ୍ନାକୁ ଆସିଛି । ଆମେରିକାର ଏକ ଅନୁଷ୍ଠାନ ନିକଟରେ ଏହା ଉପରେ ଏକ ଅଧ୍ୟୟନ କରିଛି । ଯାହା ଫଳରେ ଜଣା ପଡିଛି ନିଦ ପଛର କାରଣ ।

ଅଧ୍ୟୟନ ଅନୁସାରେ ଚିନି ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଏଥିପାଇଁ ଦାୟୀ । ଯେପରି ପନୀର, ଡାଲି, ସି – ଫୁଡ୍, ନମକିନ୍ ଏବଂ ମିଠା ଯୁକ୍ତ ଖାଦ୍ୟ ଏଥିପାଇଁ ଦାୟୀ । ଏପରି ଖାଦ୍ୟକୁ ସ୍ଲିପର୍ସ ମଧ୍ୟ କୁହାଯାଏ ଯାହାକୁ ଖାଇବା ପରେ ନିଦ ଆସେ ।

ଏପରି ହେବାର କାରଣ
• ଏହି ଖାଦ୍ୟ ସବୁ ଖାଇଲେ ହଜମ କ୍ରିୟା ଆରମ୍ଭ ହୋଇଯାଏ । ଆଉ ଏହି ପାଚନ କ୍ରିୟା ପାଇଁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଆବଶ୍ୟକ ହୋଇଥାଏ । ଯାହାକୁ ପୂରଣ କରିଥାଏ ଆମ ମସ୍ତିସ୍କ ।

• ଏହା ଦ୍ୱାରା ମସ୍ତିସ୍କରେ ରକ୍ତର ପରିମାଣ କମିଥାଏ ଏବଂ ଧୀରେ ଧୀରେ ଏହାର କ୍ରିୟାଶୀଳତା ଶିଥିଳ ହୋଇଥାଏ । ଫଳରେ ନିଦ ଲାଗିବା ଆରମ୍ଭ ହୋଇଥାଏ । ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ବେଶୀ ନିଦ ଲାଗିଥାଏ । କାରଣ ପ୍ରୋଟିନକୁ ହଜମ କରିବା ପାଇଁ ଅଧିକ ସମୟ ଲାଗିଥାଏ ।

କଣ କରିବେ :

• ଅଫିସରେ ଲଂଚ୍ ପାଇଁ ଭାତ ସ୍ଥାନରେ ରୁଟି ଖାଆନ୍ତୁ । କାରଣ ଭାତ ଖାଇଲେ ଅଧିକ ନିଦ ଲାଗିଥାଏ ।

• ସେହିପରି ଆଳୁ ଖାଆନ୍ତୁ ନାହିଁ । କାରଣ ଆଳୁ ଶରୀରରେ ବ୍ଲଡ୍ ସୁଗାରର ସ୍ତର ବଢାଇ ଦିଏ । ଫଳରେ ନିଦ ଆସିଥାଏ ।

• ବିସ୍କୁଟ୍ , କ୍ଷୀର ଏବଂ ଅନ୍ୟାନ୍ୟ ମିଠା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।

• ସକାଳେ ଅଧିକ ଖାଇ ଅଫିସ୍ ଯାଆନ୍ତୁ । ଫଳରେ ଦ୍ୱିପହରରେ ଅଳ୍ପ ଭୋକ ଲାଗିବ ଏବଂ ଖାଇବା ପରେ ନିଦ ଲାଗିବ ନାହିଁ ।

ଏହା ସହ ଦେଖନ୍ତୁ ମହିଳାଙ୍କ ପାଂଚଟି ରହସ୍ୟ ! ଯାହା ପୁରୁଷଙ୍କଠାରୁ ରଖିଥାନ୍ତି ଗୋପନୀୟ