ଚାକରାଣୀରୁ ହେଲେ ଲେଖିକା, ସଇତାନ ସ୍ୱାମୀ କରିଥିଲା ବଳାତ୍କାର!

62

ବିଶ୍ୱରେ ଏମିତି ଅନେକ ନାରୀଙ୍କ ବିଷୟରେ ଆପଣ ଟେଲିଭିଜନ ଓ ସୋସିଆଲ ସାଇଟରେ ତାଙ୍କର ସଂଘର୍ଷପୂର୍ଣ୍ଣ କାହାଣୀ ଦେଖିଥିବେ । ହେଲେ ଆମ ଦେଶରେ ଏମିତି ଏକ ମହିଳା ଅଛନ୍ତି ଯିଏ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆଉ ଦେଉଛନ୍ତି ଅନେକ ନାରୀଙ୍କୁ ପ୍ରେରଣା ଏବଂ ଉତ୍ସାହ । ସେ ମହିଳା ଜଣକ ହେଉଛନ୍ତି ବେଙ୍ଗାଲୁର ଦୁର୍ଗାପୁର ଅଞ୍ଚଳର ବେବି ହଲଦର । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇଥିବା ବେବିଙ୍କ ପିଲାଦିନ ଅତ୍ୟନ୍ତ ଦୁଖଃ ଦାୟକ ଥିଲା । ଯେତେବେଳେ ତାଙ୍କୁ ୧୨ବର୍ଷ ହୋଇଥିଲା ସେତେବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ହେଲେ ବିବାହର ପ୍ରଥମ ରାତିରେ ସଇତାନ ସ୍ୱାମୀ ବେବି ସହିତ ବଳାକ୍ରାର କରି ନିଜର ଅସଲ ରୁପ ଦେଖାଇଲା । ୧୩ ବର୍ଷ ପର୍ଯ୍ୟନ୍ତ ସ୍ୱାମୀର ଅତ୍ୟାଚାର ସହିବା ଶେଷରେ ଘର ଛାଡିବା ନିଷ୍ପତି ନେଲେ ବେବି ହଲଦର । ଏହି ନିଷ୍ପତି ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା ।

କେମିତି ହେଲେ ଲେଖିକା-:
ସ୍ୱାମୀର ଅସହୟ ଅତ୍ୟାଚାର ସହି ନପାରି ଶେଷରେ ଘର ଛାଡିଦେଲେ ବେବି । ବେଙ୍ଗାଲୁରୁ ରେଳ ଷ୍ଟେସନରେ ଦିଲ୍ଲୀ ଯାଉଥିବା ଟ୍ରେନର ପାଇଖାନା ଘରେ ଲୁଚି ଚାଲିଗଲେ ଦିଲ୍ଲୀ । ଆଉ ତାପରେ ଆରମ୍ଭ ହେଲା ବେବିଙ୍କ ଭାଗ୍ୟରେ ପରିବର୍ତ୍ତନ । ଦିଲ୍ଲୀରେ ଜଣେ ଅବସରପ୍ରାପ୍ତ ପ୍ରଫେସର ପ୍ରବୋଧ କୁମାରଙ୍କ ସଂଷ୍ପର୍ଶରେ ଆସିଥିଲେ । ପ୍ରବୋଧ କୁମାର ହେଉଛନ୍ତି ପ୍ରସିଦ୍ଧ ଲେଖକ ପ୍ରେମଚାନ୍ଦଙ୍କ ନାତୀ । ବେବି ତାଙ୍କ ଘରେ ଚାକରାଣୀ ଭାବେ କାମ କରିବାକୁ ଲାଗିଲେ । ପ୍ରବୋଧଙ୍କ ଘରେ କାମ କରୁ କରୁ ତାଙ୍କ ନଜର ହଠାତ ବଙ୍ଗଳା ଭାଷାରେ ଲେଖାଥିବା ପୁସ୍ତକ ଗୁଡିକ ଉପରେ ପଡେ ।

ଏହାପରେ ସେ ପୁସ୍ତକ ଗୁଡିକ ପଢ଼ିବାରେ ଲାଗନ୍ତି ହେଲେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଯୋଗୁଁ ବୁଝିବାରେ ବେବିଙ୍କୁ ଅସୁବିଧା ହୁଏ । କିନ୍ତୁ ପ୍ରବୋଧ ତାଙ୍କୁ ବଙ୍ଗଳା ଲେଖିକା ତସଲୀମା ନସରୀନଙ୍କ ପୁସ୍ତକ ସବୁ ପଢ଼ିବା ପାଇଁ ବେବିକୁ କହିଲେ । ବେବି ସବୁ ବହି ପଢ଼ିଲା ପରେ ପ୍ରବୋଧ ଏକ ଖାତା ଦେଇଥିଲେ ଆଉ କହିଲେ ଯେ ନିଜ ଜୀବନରେ ଘଟିଥିବା କାହାଣୀକୁ କୁ ଖାତାରେ ଲେଖିବା ପାଇଁ ।

ବେବି ଯେତେବେଳେ କଲମ ଧରିଥିଲେ ପ୍ରଥମେ ତାଙ୍କ ମନରେ ଟିକେ ଡର ଥିଲା । କାରଣ ସପ୍ତମ ପଢ଼ିଥିବା ବେବି ବେଶ କିଛି ଶିକ୍ଷାଗତ ଯୋଗ୍ୟତା ନଥିଲା ତାଙ୍କ ପାଖରେ । ହେଲେ କଲମରୁ ଖାତାରେ ଲେଖିଥିଲେ ତାଙ୍କ ଜୀବନରେ ଘଟିଥିବା ଲୋମହର୍ଷକାରୀ କାହାଣୀ । ବେବିଙ୍କର ପ୍ରଥମ ଲେଖାକୁ ଦେଖି ପ୍ରବୋଧଙ୍କ ଆଖିରେ ଲୁହ ଭରିଯାଇଥିଲା । ପ୍ରବୋଧ ଏହାକୁ ହିନ୍ଦୀରେ ଅନୁବାଦ କରି ତାଙ୍କ ପରିବାରଜନ , ସାଙ୍ଗ ଓ ପ୍ରିୟଜନଙ୍କୁ ପଢ଼ିବା ପାଇଁ ଦେଇଥିଲେ ।

ସାଙ୍ଗସାଥୀଙ୍କ ଠାରୁ ବେବିଙ୍କ ଲେଖନୀ ବିଷୟରେ ପ୍ରସଂଶା ମିଳିବା ପରେ ପ୍ରବୋଧ ସେହି ଲେଖାକୁ ବୁକ ପବ୍ଲିସରଙ୍କୁ ଦେଇ ଛପାଇଥିଲେ । ୨୦୦୨ ରେ ବେବି ହଳଧରଙ୍କ ପ୍ରଥମ ପୁସ୍ତକ “ଆଲୋ ଅନ୍ଧାରୀ”ଭାବେ ବଜାରକୁ ଆସିଲା । ଯାହାକି ଇଂରାଜୀ ଭାଷା (ଏ ଲାଇଫ ଲେସ ଅର୍ଡିନାରୀ) ନାଁରେ ମଧ୍ୟ ଅନୁବାଦ କରାଗଲା । ପରେପରେ ଇଶହାତ ରୂପାନ୍ତର, ଘରେ ଫେରାର ପଥ ଭଳି ୪ଟି ବଙ୍ଗଳା ଭାଷାରେ ପୁସ୍ତକ ଲେଖି ଖ୍ୟାତି ଅର୍ଜନ କରିଛନ୍ତି । ବର୍ତ୍ତମାନ ଭାରତ ନୁହେଁ ବରଂ ବିଦେଶ ଯାଇ ମହିଳାମାନଙ୍କୁ ପ୍ରେରଣା ଦେଉଛନ୍ତି ବେବି ହଲଦାର ।