ଅଂଶୁଘାତ ନେଉଛି ଜୀବନ ୟୁପି ,ବିହାରରେ ‘ଲୁ’ର ସାଂଘାତିକ ସ୍ଥିତି । ପ୍ରଭାବରେ ୨୦୦ଜଣଙ୍କର ମୃତ୍ୟୁ ।

122

କନକବ୍ୟୁରୋ:କେବଳ ଓଡିଶା ନୁହେଁ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଅଂଶୁଘାତ କାରଣରୁ ପ୍ରାଣ ହରାଉଥିବା ଆଶଙ୍କା କରାଯାଉଛି । ୟୁପି ଏବଂ ବିହାରରେ ପାଖାପାଖି ୨୦୦ ଜଣ ଲୁ କାରଣରୁ ପ୍ରାଣ ହରାଇଥିବା ସୂଚନା ରହିଛି । ବିହାରରେ ଲୁ ପ୍ରଭାବରେ ୧୨ ଜିଲ୍ଲାରେ ୬୫ ଲୋକ ପ୍ରାଣ ହରାଇଥିବା ଅଭିଯୋଗ ରହିଛି । ସେହିପରି ବିଭିନ୍ନ ହସ୍ପିଟାଲରେ ଅନେକ ଚିକିତ୍ସାଧୀନଥିବା ଅଭିଯୋଗ ରହିଛି । ୟୁପିରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଅଭିଯୋଗ ରହଛି । ସର୍ବାଧିକ ମୃତ୍ୟୁ ବାରଣାସୀ ଏବଂ ଏହାର ଆଖପାଖ ଅଂଚଳରେ ହୋଇଥିବା ଅଭିଯୋଗ ହୋଇଛି ।