କନକ ବ୍ୟୁରୋ: ଖୋଲା ଆକାଶ ତଳେ ବିତୁଛି ଜୀବନ । ବଚିଂବାର ରାହା ଖୋଜୁଛି ମଣିଷ । ପ୍ରତିଦିନ ମରି ମରି ବଚୁଂଛି ଏଠି ମଣିଷ । ଭଲ ଘର ଖଣ୍ଡିଏ ନଥô୍ବାରୁ ଘର ଥାଇ ବି ଖୋଲା ଆକାଶ ତଳେ ଶୀତ କାକରରେ କଟୁଛି ଜୀବନ । ଘରର କବାଟ ନାହିଁ ଲୁଗା କାନି ପାଲଟିଛି ଘରର କବାଟ । ଗୋଟିଏ ଘରେ ୬ ଜଣ ପରିବାର । ସାନ ଭାଇ କାହା ବାରଣ୍ଡାେରେ ତ ଶଶୁର ସୋଉଛି ଗାଇ ଗୁହାଳେ । ଯୋଜନା କାହା ପାଈଁ । ଯେଉଁ ନେତାକୁ ଭୋଟ ଦେଇଥô୍ଲା ଭାବିଥିଲା ନେତା ଭୋଟ ପାଇଲେ ସବୁ ସମସ୍ୟାର ସମାଧାନ ହୋଇଯିବ । ହେଲେ ନେତା ଭୋଟ ପାଇଁ ଜିତିଗଲା ପରେ ନିଜ ଘରେ ଏସିରେ ସୋଉଥିଲା ବେଳେ ଭୋଟ ଦେଇଥିବା ଲୋକେ ସୋଉଛନ୍ତି ଗୁହାଳ ଘରେ ।

ବିଭିନ୍ନ ସମସ୍ୟା ଭିତର ରହିଛି ଗାଁ । ଆଉ ଗାଁରେ ବହୁ ପରିବାର ଅବହେଳିତ ହୋଇପଡିରହିଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ ଏରଚଂ ପଂଚାୟତର ନାୟକ ସାହି । ଏହି ଗାଁରେ ପ୍ରାୟ ୪୦୦ ଲୋକ ବସବାସ କରନ୍ତି । ନିଜର ମୈାଳିକ ସମସ୍ୟାରୁ ବଚିଂତ ଏମାନେ । ନା ଏମାନଙ୍କ ପାଇଁ ମୁଣ୍ଡ ଗୁଞିବା ପାଇଁ ପକାଘର ଖଣ୍ଡେ ଅଛି । ନା ଭତା ମିଳୁଛି । ସମସ୍ତେ ନିଜର କୈାଳିକ ବୃତି ନେଇ ସୁଖେ ଦୁଃଖ ପେଟ ପାଳୁଛନ୍ତି । ସେହି ଗାଁର ବୁଦ୍ଧନାଥ ନାୟକଙ୍କ ପରିବାର ଅତି ଦୟନୀୟ ଅବସ୍ଥାର ରହୁଛନ୍ତି । ସେହିଭଳି ୮୦ ବର୍ଷର ବୁଦ୍ଧା ଭଙ୍ଗା ଚାଳଘରେ ରହୁଛି । ବୁଦ୍ଧନାଥଙ୍କ ଭଳି ଗାଁରେ ବହୁ ଲୋକ ଛିଣ୍ଡା ପଲିଥିନ ତଳେ ରହୁଛନ୍ତି । ସବୁଠି ସମସ୍ୟା ନେଇ ଅଭିଯାଗ କରି ନିରାଶ ହୋଇଛନ୍ତି । ଶେଷରେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତି ନେଇଛନ୍ତି ଗାଁର ଲୋକମାନେ ।

ବାଉଁଶ ତିଆରି ଜିନିଷ କରି ପରିବାର ଚଳାଉଥିଲେ । ସବୁ ଠିକ୍ ଠାକ ଚାଲୁ ଥିବା ବେଳେ କରୋନା ପର ଠାରୁ ସେମାନଙ୍କ ଜିନିଷର ବଜାରରେ ଚାହିଦା କମି ଗଲା । କୁଳ ବେଉସା ବନ୍ଦ କରି ଦାଦନ ଖଟିବାକୁ ବାହାରକୁ ଗୋଡ କାଢିଲେ ଗାଁର ଲୋକ । ଆଉ କିଛି ଲୋକ ଗାଁରେ ବିଭିନ୍ନ ସମସ୍ୟା ଭିତରେ ଘାଂଟି ହେଉଛନ୍ତି । ପ୍ରଶାସନ ଖୁବଶୀଘ୍ର ଏମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି ।

ସମସ୍ୟା ଭିତରେ ରହୁଥିବା ଏହି ଗାଁର ଲୋକଙ୍କ ପାଇଁ ସମସ୍ତ ସୁବିଧା କରାଯାଇପାରିଲେ ନିଜ କୌଳିକ ବୃତି ବଂଚାଇବା ସହ ପରିବାର ଚାଇବାରେ ସକ୍ଷମ ହୋଇପାରିବେ ।