ଭଙ୍ଗା ଦଦରା ଘରେ ପଲିଥିନ ତଳେ ବିତୁଛି ଜୀବନ: ଛପର ଉପରେ ଉଠିଗଲାଣି ଘାସ, ଅସହାୟ ଅବସ୍ଥାରେ ଜୀବନ ଜୀଉଁଛନ୍ତି ବସ୍ତା ଉଜୁଡା କିମୋଥିଙ୍କ ପରିବାର

Advertisment
ଭଙ୍ଗା ଦଦରା ଘରେ ପଲିଥିନ ତଳେ ବିତୁଛି ଜୀବନ: ଛପର ଉପରେ ଉଠିଗଲାଣି ଘାସ, ଅସହାୟ ଅବସ୍ଥାରେ ଜୀବନ ଜୀଉଁଛନ୍ତି ବସ୍ତା ଉଜୁଡା କିମୋଥିଙ୍କ ପରିବାର

କନକ ବ୍ୟୁରୋ: ପଲିଥିନ ଢଙ୍କା ଭଙ୍ଗା ଦଦରା କୁଡିଆ। ଏଇ ଘରେ ପିଲାଛୁଆଙ୍କୁ ଧରି ଜୀବନ ଜିଇଁବା କେତେ କଷ୍ଟକର, ଗୀତାଙ୍କ ଠାରୁ ଅଧିକ କେହି ଜାଣିନଥିବେ। ଶୀତତାପ ନିୟନ୍ତ୍ରିତ କୋଠାରେ ବସି ସରକାରୀ ଯୋଜନାକୁ ପରିଚାଳିତ କରୁଥିବା ପ୍ରଶାସନିକ ବାବୁ ତ ବିଲକୁଲ୍ ଜାଣିନଥିବେ। ବାଉଁଶ ଗଛରେ ପଲିଥିନ ଘୋଡା ହୋଇଛି, ଛପର କଥା ନକହିବା ଭଲ। ଛପର ଉପରେ ଘାସ ଉଠିଗଲାଣି। ବର୍ଷା ପାଣି ଘରେ ପଶୁଛି, ଏହାସହ ସାପ ବେଙ୍ଗ ଭୟ ନିତିଦିନ ଘାରୁଛି। ଏଭଳି ଦୟନିୟ ସ୍ଥିତିରେ ରହୁଛନ୍ତି ବାଲେଶ୍ବର ବସ୍ତା ବ୍ଲକ କରୁଆ ପଞ୍ଚାୟତ ଉଜୁଡା ଗାଁର କିମୋଥି ବାରିକଙ୍କ ପରିବାର।

ଅଭାବୀ ପରିବାର ମୁଣ୍ଡ ଉପରେ ପକ୍କା ଛାତଟିଏ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି ସରକାର। କିନ୍ତୁ ସେ ଯୋଜନା ଯେମିତି କିମୋଥିଙ୍କ ପାଇଁ ନୁହେଁ। ଘର ଖଣ୍ଡିଏ ପାଇଁ ପ୍ରଶାସନ ପାଖରେ ଅନେକ ଥର ଗୁହାରି କରିଛନ୍ତି, ହେଲେ କେହି ତାଙ୍କ କଥାକୁ କର୍ଣ୍ଣପାତ କରିନାହନାନ୍ତି। ଏକଥା ଜାଣିବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସମାଜସେବୀ ଅଞ୍ଜଳୀ ପ୍ରଧାନ।

ନିର୍ବାଚନ ଆସିଲେ ନେତା ଆସିବେ, ପ୍ରତିଶ୍ରୁତି ଦେବେ, ହେଲେ ଭୋଟ ସରିଗଲେ, କାହରି ଦେଖା ମିଳେନି, କି ଦୁଃଖୀଙ୍କ ଦୁଃଖ ଦୂର ହୁଏନି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ବସ୍ତାର ଏହି ଅସହାୟ ପରିବାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe