ସମସ୍ୟା ଭିତରେ ନୂଆପଡା ଗାଁ: ସଞ୍ଜ ହେଲେ ଅନ୍ଧାର ଭିତରେ ବିତୁଛି ଜୀବନ, ଡିବିରି ଆଲୁଅ ପାଲଟିଛି ଭରସା

27

କନକ ବ୍ୟୁରୋ: ସମସ୍ୟା ଭିତରେ ରହିଛି ଗାଁ । ଯେଉଁଠି ନାଁ ରାସ୍ତାଘାଟ ଅଛି ନାଁ ପିଇବାକୁ ଭଲ ପାଣି ମିଳୁଛି । ସବୁଠୁ ବଡ଼ କଥା ହେଲା ସେହି ଗାଁରେ ବିଜୁଳି ଆଲୁଅ କଣ ଲୋକଙ୍କୁ ଜଣାନାହିଁ । ଏବେ ବି ଅନ୍ଧାରରେ ରହୁଛନ୍ତି କଳାହାଣ୍ଡି ଜୟପାଟଣା ବ୍ଳକ ନୂଆପଡା ବାସୀ । ସଂଜ ନଇଁଗଲେ ଗାଁର ଲୋକ ଡିବିରି ଜାଳି କାମ କରୁଛନ୍ତି । ପିଲାଙ୍କ ପାଠ ପଢିବାରେ ବି ଅନେକ ସମସ୍ୟା । ପିଲାମାନେ ପାଠ ପଢୁଛନ୍ତି ଡିବିରି ଆଲୁଅ ଜାଳି । ଗୋଟିଏ ପରେ ଗୋଟିଏ ବିଦ୍ୟୁତ ବିତରଣ କମ୍ପାନୀ ବଦଳିଯାଉଛି । ହେଲେ ଲୋକଙ୍କ ଦୁର୍ଦ୍ଦଶା ଥମୁନି ବିଜୁଳି ବିଭାଗକୁ ଜଣାଇ କୌଣସି ସୁଫଳ ମିଳୁନନି । ଗାଁର ଲୋକମାନେ ମଧ୍ୟ ସମସ୍ୟାନେଇ ବିଭିନ୍ନ ବିଭାଗରେ ଜଣାଇ ନିରାଶ ହୋଇପଡିଛନ୍ତି । ହେଲେ ଲୋକଙ୍କ ସମାନ ଦୁର୍ଦ୍ଦଶା ରହିଛି । ଯାହାକୁ ନେଇ ନିରାଶ ହେବ ସହିତ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଲୋକମାନେ ।

ରାତିହେଲେ ଲୋକଙ୍କ ଚିନ୍ତା ବଢିଯାଉଛି ଅନ୍ଧାରରେ ଭୟ ଭିତରେ ଜୀବନ ଜୀଉଁଚନ୍ତି ଗ୍ରାମବାସୀ । ଜୀବନ ସରିଯାଉଛି ହେଲେ ସୁରନି ଗାଁର ଦୁଃଖ କାହାଣି । ପିଇବାପାଣିରୁ ନେଇ ଭଲ ରାସ୍ତାଟିଏ ପାଇଁ ବହବୁାର ଅନୁମରୋଧ କରି ନିରାଶ ହୋଇପଡିଚନ୍ତି ଲୋକେ । ହେଲେ କାମ ନହେଲେ ଭୋଟ୍ ବର୍ଜନ କରିବାକୁ ସିଧାସଳଖ ଜଣାଇଦେଇଛନ୍ତି ଗ୍ରାମବାସୀ । ପ୍ରତିଥର ଭଳି ଚଳିତଥର ପ୍ରତିଶ୍ରୁତିକୂୁ ଚାହିଁ ବସିଛନ୍ତି । ଅନ୍ଧାରରେ ରହୁଥିବା ଗାଁର ଲୋକଙ୍କୁ ଖୁବଶୀଘ୍ର ବିଜୁଳି ଆଲୁଅ ଯୋଗାଇଲେ ସେମାନେ ଉପକୃତ ହୋଇପାରିବେ ।