କନକ ବ୍ୟୁରୋ: ଦିବ୍ୟାଙ୍ଗ ହୋଇ ବି ଜୀବନ ଜୀଇଁବାର ସଂଘର୍ଷ ଜାରି ରହିଛି । ଅଭାବ ଅନଟନ ଭିତରେ ବି ପାଠ ପଢା ସହିତ ସମସ୍ତ କାମ ତୁଲାଉଛନ୍ତି । ଢେଙ୍କାନାଳ ପରଜଙ୍ଗ ଦୋମୁହାଁଣି ଗାଁର ଦିବ୍ୟାଙ୍ଗ ଛାତ୍ର ମଧୁ ଚାତାର । ଦୁର୍ଘଟଣାରେ ଦୁଇ ଗୋଡ ନଷ୍ଟ ହୋଇଯାଇଥିବା ବେଳେ ପ୍ଲାଷ୍ଟିକ ବୋତଲ ଓ ଟାୟାର କାଟି ଦୁଇ କୃତ୍ରିମ ଗୋଡ ତିଆରି କରିଛନ୍ତି । ଆଗକୁ ବଢିବାର ଅଦମ୍ୟ ଇ୍ଚ୍ଛା ଥିବା ବେଳେ ଏବେ କିଛି ସରକାରଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ମଧୁ ।

Advertisment

କମ୍ ବୟସରେ ବି ସଂଘର୍ଷ ପାଇଁ ପ୍ରସ୍ତୁତ । ଦିବ୍ୟାଙ୍ଗ ହୋଇ ବି ହାର ମାନିନାହାନ୍ତି । ପାଠ ପଢିବରେ ଝୁଙ୍କ ତାଙ୍କୁ ଆଗକୁ ବଢାଇବାରେ କରୁଛି ସହଯୋଗ । ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ପକ୍ଷରୁ କେତେ କଣ ଯୋଜନା । ହେଲେ ସରକାରଙ୍କ ନଜର ନାହିଁ ଏହି ୧୩ ବର୍ଷର ମଧୁ ଚାତରାଙ୍କ ଉପରେ । ଢେଙ୍କାନାଳ ପରଜଙ୍ଗ ଦୋ ମୁହାଁଣି ଗାଁର ଛାତ୍ର ହେଉଛନ୍ତି ମଧୁ । ଅଗ୍ନିକାଣ୍ଡରେ ଦୁଇ ଗୋଡ ହରାଇଛନ୍ତି । ହେଲେ ଏଥିରେ ସେ ଭାଙ୍ଗପିଡିନାହାନ୍ତି । ଅନଟନ ଭିତରେ ଦିବ୍ୟାଙ୍ଗ ହୋଇ ବି ପାଠ ପଢା ଜାରି ରଖିଛନ୍ତି । ନିଜସ୍ୱ ଉଦ୍ୟମରେ ପ୍ଲାଷ୍ଟିକ ବୋତଲ ଓ ଟାୟାର କାଟି ତିଆରି କରିଛନ୍ତି କୃତ୍ରିମ ଗୋଡ । ଯାହାଦ୍ୱାରା ସେ ଚାଲି ଚାଲି ବିଦ୍ୟାଳୟ ଯାଉଛନ୍ତି । କାହା ଉପରେ ନିର୍ଭର ନହୋଇ ନିଜ ସମସ୍ତ କାମ ନିଜେ କରିପାରୁଛନ୍ତି । ମା’ ଦିନ ମଜୁରୀଆ ଭାବେ କାମ କରନ୍ତି । ଏଥିରୁ ଯାହା ମିଳେ ପରିବାରକୁ ନିଅଂଟ ।

ଦିବ୍ୟାଙ୍ଗ ଛାତ୍ର ମଧୁ ସଂଘର୍ଷ କରିଚାଲିଥିବା ବେଳେ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳିପାରିନି । ପ୍ରଶାସନ ପକ୍ଷରୁ ଟ୍ରାଇସାଇକେଲଟିଏ ବି ମିଳିନି । ଆଗକୁ ପାଠ ପଢିବା ସହ ଆଗକୁ ବଢିବାର ଇ୍ଛ୍ଚା ରଖିଥିବା ମଧୁ ସଂଘର୍ଷ ଜାରି ରଖିଛନ୍ତି । ଏନେଇ ତାଙ୍କୁ ପ୍ରଶାସନ ପକ୍ଷରୁ କିଛି ସହାଯ୍ୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

ଅନଟନ ଭିତରେ ପରିବାର ସଂଘର୍ଷ କରୁଛି । ଆଉ ତାରି ଭିତରେ ଦିବ୍ୟାଙ୍ଗ ଛାତ୍ରଙ୍କ ଲଢେଇ ଜାରି ରହିଛି । ଏଥିପ୍ରତି ଗୁରୁତ୍ୱ ଦିଆଯାଇ ଛାତ୍ର୍ର ଜଣକୁ ସାହାଯ୍ୟ କରିପାରିେଲେ ସେମାନଙ୍କର ବଂଚିବା ସହଜ ହୋଇପାରିବ ।