କୋଭିଡ୍ ଗାଇଡଲାଇନ୍ ମାନିବାକୁ ଅପିଲ କଲେ ଡିଏମଇଟି । କହିଲେ, ପାର୍ବଣ ଆସନ୍ତା ବର୍ଷ ବି ଆସିବ କିନ୍ତୁ ଜୀବନ ଆଗ

81

କନକ ବ୍ୟୁରୋ : ପାର୍ବଣ ସମୟରେ କରୋନା ନିୟମକୁ ସଠିକ ଭାବେ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ସତର୍କତା । ଆମେ କେତେ ଦୂର ନିଜକୁ ସୁରକ୍ଷା ଦେଇ ପାର୍ବଣ ପାଳନ କରିବା ତାହା ଆମ ଉପରେ ନିର୍ଭର କରେ ବୋଲି କହିଛନ୍ତି ଡ଼ିଏମଇଟି । ଗତକାଲି ହାଟ ଓ ବଜାରଗୁଡ଼ିକରୁ ଯାହା ଚିତ୍ର ଆସିଛି, ତାହା ଅନୁଶୀଳନ କରିବାର ଆବଶ୍ୟକତା ରହିଛି। ଯଦି ଏମିତି ଭିଡ଼ ଲାଗି ରୁହେ, ତେବେ ଆମେ କେତେ ଦୂର ସଂକ୍ରମଣ ରୋକିବାରେ ସଫଳ ହେବା ତାହା ଏକ ପ୍ରଶ୍ନବାଚୀ । ଏଣୁ ଆମେ ଅନୁରୋଧ କରୁଛୁ, ଲୋକମାନେ କୋଭିଡ ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ । ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ ।

ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଭୁବନେଶ୍ୱରରେ ପ୍ରତେକ ଦିନ ୨୦୦ରୁ ୩୦୦ ଭିତରେ ସଂକ୍ରମଣ ରହୁଛି । ହସ୍ପିଟାଲରେ ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି । ଆସିୟୁରେ ଛୋଟ ପିଲାଙ୍କ ଆଡମିସନ ସଂଖ୍ୟା ୧ ପ୍ରତିଶତରୁ କମ୍ ଅଛି । ତେଣୁ ଆମେ ଏବେ ଭଲ ସ୍ଥିତିରେ ଅଛନ୍ତି। ରାଜ୍ୟରେ ତିନିମାସ ହେଲାଣି ସଂକ୍ରମଣ ତଳ ଉପର ହେଉଥିବାର ଦେଖା ଯାଉଛି। ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିସନକୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି, ଯାହାକି ଖୁବ୍ ଉଦବେଗଜନକ । ତେବେ ବର୍ତ୍ତମାନ ସମୟରେ ୧୦୦ରୁ ୮୦ଜଣ ଲକ୍ଷଣବିହୀନ।