ପୂର୍ବ ନାସା ବୈଜ୍ଞାନିକଙ୍କ ବଡ ଦାବି । କହିଲେ, କେବଳ ପୃଥିବୀ ନୁହେଁ ପୃଥିବୀ ବାହାରେ ମଧ୍ୟ ମିଳିଛି ଜୀବନର ସନ୍ଧାନ

825

କନକ ବ୍ୟୁରୋ : ପୂର୍ବ ନାସା ବୈଜ୍ଞାନିକ ଓ ଏୟାରସ୍ପେଶ ଇଂଜିନିୟର ଡ.ଅନିତା ସେନଗୁପ୍ତା ସେହି ମହିଳା ଯେ କି, ନାସାର କ୍ୟୁରିୟୋସିଟି ରୋବର ଲ୍ୟାଣ୍ଡିଂ କରିବା ପାଇଁ ପାରାଚ୍ୟୁଟ୍ ମଡେଲର ବିକଶିତ କରିଥିଲେ । ଏହା ବାବଦରେ କଥା ହେଉଥିବା ବେଳେ ସେ କହିଛନ୍ତି କି ମଙ୍ଗଳ ଗ୍ରହରେ ରୋବରକୁ ଲ୍ୟାଣ୍ଡ କରିବା ସବୁଠାରୁ ଅଧିକ ଭୟଭିତ ଓ ଉତ୍ସୁକତାର ସମୟ ଥିଲା । ଏହି ପାରାଚ୍ୟୁଟକୁ ବିକଶିତ କରିବା ତାଙ୍କ ଜୀବନର ସବୁଠାରୁ ବଡ ସୁଯୋଗ ଥିଲା ବୋଲି ସେ କହିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମର କନକ୍ଲେଭରେ ଯୋଗ ଦେଇ ସେ କହିଛନ୍ତି କି “ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ ଯେ କେବଳ ପୃଥିବୀରେ ଜୀବନ ରହିଛି । ଏହା ବ୍ୟତୀତ ବୃହସ୍ପତି ଓ ଚନ୍ଦ୍ରରେ ମଧ୍ୟ ଜୀବନ ଥାଇପାରେ । କାରଣ ସେଠାରେ ବି ବରଫ ସମୁଦ୍ର ରହିଛି । ହୋଇପାରେ ଏଲିୟନ ସେଠାରେ ରହିଥାଇପାରନ୍ତି । ଏହାସହ ଚନ୍ଦ୍ରରେ ଅର୍ଗାନିକ ମେଟେରିଆଲ ମିଳିଥିବାରୁ ସେଠାରେ ମଧ୍ୟ ଜୀବିତ ପ୍ରାଣୀ ଥିବା କଥା ଅନୁମାନ କରାଯାଉଛି ”

ସେପଟେ ଅନ୍ତରୀକ୍ଷ ପ୍ରୋଗ୍ରାମରେ ହେଉଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ଉପରେ ଅନିତା ସେନଗୁପ୍ତା କହିଛନ୍ତି କି, ଯେତେବେଳେ ଆମେ ନୂଆ ନୂଆ ପ୍ରଯ୍ୟୁକ୍ତି ବିଦ୍ୟାର ବିକାଶ କରୁଛନ୍ତି, ନୂଆ ନୂଆ ଜିନିଷ ଖୋଜୁଛନ୍ତି ସେତେବେଳେ ଭଲ ଟେକ୍ନୋଲୋଜୀ ସ୍ପେଶ ପ୍ରୋଗ୍ରାମରୁ ହିଁ ମିଳିଥାଏ । ଏହା ଆମ ଜୀବନର ଗୁଣବତ୍ତାକୁ ଆହୁରି ମଜବୁତ କରିଥାଏ । ଏହାସହ ଏକ ବିକଶିତ ସମାଜ ଗଠନ କରିବାରେ ସ୍ପେଶ ପ୍ରୋଗ୍ରାମର ପ୍ରମୁଖ ଭୂମିକା ରହିଥିବା କଥା ସେ କହିଛନ୍ତି ।

ଅନ୍ୟପଟେ ନିଜର ବାକି କ୍ୟାରିୟରକୁ ନେଇ ଅନିତା କହିଛନ୍ତି କି, ମୁଁ ଭାରତୀୟ କମ୍ପାନୀମାନଙ୍କ ସହ ମିଶି କାମ କରିବାକୁ ଚାହୁଁଛି । ଏଠାରେ ଆମେ ଭାଗିଦାରୀରେ କାମ କରିପାରିବୁ । କାରଣ ଭାରତରେ ଷ୍ଟାଟଅପ୍ ଦୃତଗତିରେ ଆଗକୁ ବଢୁଛି । ଇଂଜିନିୟରିଂ ଠାରୁ ଭଲ ଡିଗ୍ରୀ ଆଉ କିଛି ନଥିବା କଥା ସେ କହିଛନ୍ତି ।