ଡିଜିଟାଲ ଯୁଗରେ ଅନ୍ଧାରରେ ବିତୁଛି ଜୀବନ। ସ୍ୱାଧୀନତାର ୭ଦଶନ୍ଧି ପରେ ବି ବିଜୁଳି ଆଲୁଅ ସାତ ସପନ। ଅନ୍ଧାରରେ କନ୍ଧମାଳର ୮୫୦ ପଡ଼ା।

ଡିଜିଟାଲ ଯୁଗରେ ଅନ୍ଧାରରେ ବିତୁଛି ଜୀବନ। ସ୍ୱାଧୀନତାର ୭ଦଶନ୍ଧି ପରେ ବି ବିଜୁଳି ଆଲୁଅ ସାତ ସପନ। ଅନ୍ଧାରରେ କନ୍ଧମାଳର ୮୫୦ ପଡ଼ା।

କନକ ବ୍ୟୁରୋ : ଆଧୁନିକତାର ସ୍ପର୍ଶରେ ଆଗକୁ ଆଗକୁ ବଢୁଛି ଦେଶ । ଡିଜିଟାଲାଇଜେସନ୍ କରିବା ପାଇଁ ସରକାର ଅନେକ ଯୋଜନା ମଧ୍ୟ କରୁଛନ୍ତି । କିନ୍ତୁ ଆଜି ବି ଏମିତି ଗାଁ ଅଛି ଯେଉଁଠି ବିଜୁଳି ଆଲୁଅ ପାଲଟିଛି ସାତ ସପନ । ଏବେ ବି କନ୍ଧାମାଳ ଜିଲ୍ଲାର ଶତାଧିକ ଗାଁ ଅଛି ଯେଉଁଠି ଜନ୍ମରୁ ବିଜୁଳି ଆଲୁଅ ଦେଖିନାହାଁନ୍ତି ଗାଁ ଲୋକେ । ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିିଛି । ଗୋଟିଏ କି ଦୁଇଟି ନୁହେଁ କନ୍ଧମାଳ ଜିଲ୍ଲାର ଶହ ଶହ ଗାଁ ଏବେ ବିଦ୍ୟୁତ୍ ଆଲୋକରୁ ବଞ୍ଚିତ ହୋଇଛନ୍ତି ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଡିଣ୍ଡିରାଗାଁ ଗ୍ରାମ ପଞ୍ଚାୟତର ସିମିଝିରି ଗାଁ । ଗାଁରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଲୋକ ବସବାସ କରୁଛନ୍ତି କିନ୍ତୁ ଗ୍ରାମବାସୀମାନେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଗାଁକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୋକ ପହଞ୍ଚି ନାହିଁ ତେଣୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନବେଳେ ଏକ ପ୍ରକାରେ ଚଳିଯାଉଥିବା ବେଳେ ରାତିହେଲେ ଅନ୍ଧାରରେ ସମୟ ବିତାଇବାକୁ ପଡ଼ୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe