କନକ ବ୍ୟୁରୋ : ଆଧୁନିକତାର ସ୍ପର୍ଶରେ ଆଗକୁ ଆଗକୁ ବଢୁଛି ଦେଶ । ଡିଜିଟାଲାଇଜେସନ୍ କରିବା ପାଇଁ ସରକାର ଅନେକ ଯୋଜନା ମଧ୍ୟ କରୁଛନ୍ତି । କିନ୍ତୁ ଆଜି ବି ଏମିତି ଗାଁ ଅଛି ଯେଉଁଠି ବିଜୁଳି ଆଲୁଅ ପାଲଟିଛି ସାତ ସପନ । ଏବେ ବି କନ୍ଧାମାଳ ଜିଲ୍ଲାର ଶତାଧିକ ଗାଁ ଅଛି ଯେଉଁଠି ଜନ୍ମରୁ ବିଜୁଳି ଆଲୁଅ ଦେଖିନାହାଁନ୍ତି ଗାଁ ଲୋକେ । ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିିଛି । ଗୋଟିଏ କି ଦୁଇଟି ନୁହେଁ କନ୍ଧମାଳ ଜିଲ୍ଲାର ଶହ ଶହ ଗାଁ ଏବେ ବିଦ୍ୟୁତ୍ ଆଲୋକରୁ ବଞ୍ଚିତ ହୋଇଛନ୍ତି ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଡିଣ୍ଡିରାଗାଁ ଗ୍ରାମ ପଞ୍ଚାୟତର ସିମିଝିରି ଗାଁ । ଗାଁରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଲୋକ ବସବାସ କରୁଛନ୍ତି କିନ୍ତୁ ଗ୍ରାମବାସୀମାନେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଗାଁକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୋକ ପହଞ୍ଚି ନାହିଁ ତେଣୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନବେଳେ ଏକ ପ୍ରକାରେ ଚଳିଯାଉଥିବା ବେଳେ ରାତିହେଲେ ଅନ୍ଧାରରେ ସମୟ ବିତାଇବାକୁ ପଡ଼ୁଛି ।

Advertisment