କନକ ବ୍ୟୁରୋ: ପ୍ରକୃତିର ବିଚିତ୍ର ରୁପ ଦେଖିବାକୁ ମିଳିଛି । କେଉଁଠି ତାତି କେଉଁଠି ଝାଞ୍ଜି ମାଡ ହେଉଛି । ଏବେ ସୁଦ୍ଧା ହିଟୱେଭ ଓ ଲୁ ପ୍ରଭାବରେ ଅଢ଼େଇ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଉତରଭାରତରେ ପାରଦ ବଢ଼ୁଥିବାବେଳେ ସେପଟେ ଉତରପୂର୍ବ ଭାରତ ଓ ଦକ୍ଷିଣରେ କାଳ ସାଜିଛି ବନ୍ୟା,ବର୍ଷା ।ବେଙ୍ଗାଲୁରୁରେ ୧୩୩ବର୍ଷ ରେକର୍ଡ ଭାଙ୍ଗିଛି । ସେପଟେ ମଣିପୁର, ଆସାମ, ମେଘାଳୟ, ଅରୁଣାଚଳପ୍ରଦେଶରେ ଲଗାଣବର୍ଷା ଆଣିଛି ଭୟଙ୍କର ବନ୍ୟା ।