ନେଟୱାର୍କ ପାଇଁ ବାଜିରେ ଲାଗୁଛି ଜୀବନ : ଘାଟି ଉପରେ ଅନଲାଇନ ଟ୍ରେନିଂ ନେଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ

79

କନକ ବ୍ୟୁରୋ : ଡବଲ ଇଂଜିନ ସରକାର ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖାଉଥିବା ବେଳେ ସାମାନ୍ୟ ନେଟୱାର୍କ ପାଇଁ ଜୀବନକୁ ବାଜି ଲଗାଇ ଚାକିରୀ ବଂଚାଇବାକୁ ଉଦ୍ୟମ କରୁଛନ୍ତି ଶିକ୍ଷକ । ବିପଦ ଜନକ ଭାବେ ଘାଟି ଉପରେ ଅନଲାଇନ ଟ୍ରେନିଂ ନେଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଗଇଲୋ ଘାଟିରେ ।

କରୋନା କାଳରେ ପିଲାଙ୍କ ପାଠରେ ଡୋରି ବନ୍ଧା ହୋଇଥିବାବେଳେ କିଛି ଆଗ୍ରହୀ ଓ ମେଧାବୀ ଛାତ୍ରଛାତ୍ରୀ ପାଠ ଦି ଅକ୍ଷର ପାଇଁ ଘାଣ୍ଟି ହେଉଛନ୍ତି।  ଛାତ୍ରଛାତ୍ରୀଙ୍କ ଶିକ୍ଷାଭାବକୁ ଭରଣା କରିବା ପାଇଁ ଅନଲାଇନ ଶିକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ମାତ୍ର ଅନେକ ସ୍ଥାନରେ ମୋବାଇଲ ନେଟୱାର୍କ ନଥିବାରୁ ଛାତ୍ରଛାତ୍ରୀ ପାଠ ପଢି ପାରୁନାହାନ୍ତି । କେବଳ ପିଲାମାନେ ନୁହନ୍ତି ଶିକ୍ଷକମାନେ ମଧ୍ୟ ଅନଲାଇନ୍ ଟ୍ରେନିଂ ନେବା ପାଇଁ ଘାଟି ଚଢୁଛନ୍ତି ।