ତାର ହଟିବା ପରେ ପ୍ରତିଦିନ ପାଣିରେ ବାଜିରେ ଲାଗୁଛି ଜୀବନ : ପାଣି ଭିତରେ ଯିିବାଆସିବା କରୁଛନ୍ତି କନ୍ଧମାଳ ବିରିନ୍ଦାପଡା ଗାଁଲୋକ; କିଛିଦିନ ପୂର୍ବରୁ ତାରକୁ କାଢି ନେଇଥିଲା ପ୍ରଶାସନ

117

କନକ ବ୍ୟୁରୋ : ପ୍ରଶାସନ ପାଖରେ ବାରମ୍ବାର ଦାବି କରିବା ପରେ ନିଜ ପାଇର୍ ନିର୍ମାଣ କରିଥିଲେ ଝୁଲା ପୋଲ । ତାହା ପୁଣି ତାର ସାହାଯ୍ୟରେ । ପ୍ରତି ମୂହୁର୍ତ୍ତରେ କାଳିପେନୁ ନଦୀ ଦେଇ ବିପଦପୁର୍ଣ୍ଣ ଯାତ୍ରା କରୁଥିଲେ କନ୍ଧମାଳ ଜିଲା କନ୍ଧମାଳ ବିରିନ୍ଦାପଡା ଗ୍ରାମବାସୀ । ପୋଲ ପାଇଁ ଦାବି କରି ଶେଷରେ ନିରାଶ ହୋଇ ଦୁଇଟି ବିଦ୍ୟୁତ ତାରକୁ ବାନ୍ଧି ଝୁଲା ପୋଲଟିଏ କରିଥିଲେ । ଘଟଣା ଗଣମାଧ୍ୟରେ ପ୍ରକାଶ ପାଇଲା । ତାପରେ ଘଟଣାସ୍ଥଳରେ ଜିଲା ପ୍ରଶାସନ ପଂହଚି ତାର ଗୁଡିକୁ କାଢି ପକାଇଥିଲେ । ଏହାପରେ କନ୍ଧମାଳ ଜିଲାପାଳ ଟୁଇଟ କରି ଜଣାଇଲେ । ରାଇକିଆ ବ୍ଲକ ବଂଜାମା ଦେଇ ବିରିନ୍ଦାପଡାକୁ ପକାରାସ୍ତା ରାସ୍ତା ଥିବା ନେଇ ସୂଚନା ଦେଇଥିଲେ ।

ପୁରା ଘଟଣା ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ଆମ ଟିମ ପହଁଚିଥିଲୁ । ତାର କିଢିଦିଆଯିବା ପରେ ଆମେ ଦେଖିବାକୁ ମିଳିଛି ସେହି ସ୍ଥାନରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ । ବାଇକଟିଏ ମଧ୍ୟ ଯାଇପାରିବ ନାହିଁ । କେବଳ ଏତିକି ନୁହେଁ ଏହି ରାସ୍ତା ୧୨ ରୁ ୧୫ କିଲୋମିଟର ଦୂର ହେବ ଏହିପରି ରହିଛି । ପଂଚାୟତକୁ ଯିବା ପାଇଁ ସେଥିପାଇଁ ଗ୍ରାମବାସୀ ରୋକଠୋକ ମନା କରିଦେଇଛନ୍ତି ।

ଏପଟେ ତାର କାଢି ଦିଆଯିବା ପରେ ଲୋକେ ବିପଦପୂର୍ଣ୍ଣ ଭାବରେ ପାଣି ଭିତରେ ପଶି ପ୍ରତିଦିନ ଯାଆସ କରୁଛନ୍ତି । ସେତେବେଳେ ତାର ଝୁଲାରେ ଯିବାରେ ବିପଦ ରହିଥିଲା । ଏବେ ପାଣି ଭିତରେ ଯିବାରେ ବି ରହିଛି ବିପଦ । ପ୍ରଶାସନ କେବଳ ତାର କାଢି ଦେଇ କାମ ସାରି ଦେଇଛି । କିନ୍ତୁ ଉପାନ୍ତ ଅଂଚଳର ଏହି ରାସ୍ତାକୁ ମରାମତି ନେଇ କିଛି ଧ୍ୟାନ ଦେଇନଥିବା ଲୋକେ ଅଭିଯୋଗ କରିଛନ୍ତି ।