କନକ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜିନ୍ଦଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଂଚିସାରିଛନ୍ତି । ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଟନେଲ ଭିତରୁ ଶ୍ରମିକଙ୍କୁ ଏୟାରଲିଫି୍ଟ କରିିବାକୁ ଯୋଜନା ରହିଛି । ପ୍ଲାନ୍-ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ କାମ କରୁଥିବା ଜଣାଯାଇଛି ।
୮ ଦିନ ହେଲା ଟନେଲରେ ଫସିଛି ୪୧ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଚାଲିଛି ଯୋଜନା । ଆଜି ଘଟଣାସ୍ଥଳକୁ ଯାଇପାରନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ।
/kanak/media/post_attachments/wp-content/uploads/2023/11/4-27.jpg)