ଗୁଜରାଟରେ ୫ ବର୍ଷ ପୂର୍ବେ ହୋଇଥିବା ଏକ ଅନର କିଲିଂ ମାମଲାରେ ଆଜି ଏକ ସ୍ଥାନୀୟ କୋର୍ଟ ଗୋଟିଏ ପରିବାରର ୭ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଛନ୍ତି । ଗୁଜରାଟର ଦ୍ୱାରକା ଜିଲ୍ଲା ସ୍ଥିତ ଜମଘଡ଼କା ଗ୍ରାମର ପୁରିବେନ୍ ଚୌହାନ ନାମକ ଜଣେ ଯୁବତୀ ତାଙ୍କ ବାପା ମା’ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ସମ୍ପର୍କୀୟଙ୍କୁ ୨୦୧୦ରେ ବିବାହ କରିଥିଲେ।

Advertisment

publive-image

ଉକ୍ତ ବିବାହରେ ତାଙ୍କ ପରିବାର ସଦସ୍ୟ ଆଦୌ ସନ୍ତୁଷ୍ଟ ନଥିଲେ। ୨୦୧୪ ମସିହାରେ ପୁରିବେନ୍ ଏବଂ ତାଙ୍କ ସ୍ୱାମୀ ଗୋବିନ୍ଦଭାଇ ଚୌହାନ ଗାଁ କ୍ଷେତରେ କାମ କରୁଥିବାବେଳେ ପରିବାରର ସଦସ୍ୟମାନେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ପୁରିବେନଙ୍କ ସ୍ୱାମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ପୁରିବେନଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆଜି ଏହି ମାମଲାରେ ପୁରିବେନଙ୍କ ବାପା-ମାଆ ଜେସାଭାଇ ଚୌହାନ ଏବଂ କାନ୍ତାବେନଙ୍କ ସମତେ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅତିରିକ୍ତ ସେସନ୍ସ ବିଚାରପତି ଏଏମ୍ ଶେଖ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।