ସମୟ ସ୍ରୋତରେ ବଦଳିଯାଇଛି ଜୀବନ : ବିଦ୍ୟାଙ୍ଗ କରିଦେଇଛି କୁଷ୍ଠ ରୋଗ; ହେଲେ ଭିକ୍ଷାବୃତି ବେଳେ ଲୋକଙ୍କଠୁ ଶୁଣିଶୁଣି ପ୍ରାଂଜଳ ଭାବେ ଇଂରାଜୀ କହୁଛନ୍ତି ଭିକାରୀ

587

କନକ ବ୍ୟୁରୋ : ସମୟ ସ୍ରୋତରେ ବଦଳିଯାଇଛି ଜୀବନ । ବିଦ୍ୟାଙ୍ଗ କରିଦେଇଛି କୁଷ୍ଠ ରୋଗ । ହେଲେ ଭିକ୍ଷାବୃତି କରିବା ସମୟରେ ଲୋକଙ୍କ ଠାରୁ ଇଂରାଜୀ ଶୁଣିଶୁଣି ଜଣେ ଭିକ୍ଷୁକ ଏତେ ପ୍ରାଂଜଳ ଭାବେ ଇଂରାଜୀ କହିପାରନ୍ତି ତାହା ହୁଏତ ଆପଣ କେବେ ଭାବିନଥିବେ । ବଡଦାଣ୍ଡରେ ଇଂଜାରୀ କହୁଥିବା ଭିକାରୀ ଓ ଇଂଜିନିୟରିଂ ପାଠ ପଢିଥିବା ଭିକାରୀଙ୍କ ସଂପର୍କରେ ଆପଣମାନେ ଜାଣିଥିଲେ, ଏବେ ଟିଭି ପରଦାରେ ଆପଣ ଯାହାଙ୍କୁ ଦେଖୁଛନ୍ତି ସେ ଭୁବନେଶ୍ୱର ଉକ୍ରଳ ବିଶ୍ୱ ବିଦ୍ୟାଳୟ ଆଗରେ ଭିକ୍ଷାବୃତି କରି ପେଟପୋଷନ୍ତି । ଘର ତାଙ୍କର ସୁନ୍ଦରଗଡ ଜିଲ୍ଲା ବଣାଇ ଅଂଚଳର । ହେଲେ ଆଜକୁ ପ୍ରାୟ ୩୦ ବର୍ଷ ହେବ କୁଷ୍ଠରୋଗରେ ପୀଡିତ ହୋଇ ଭିକ୍ଷାବୃତି କରି ପେଟ ପୋଷୁଛନ୍ତି ।

ସବୁଠାରୁ ବଡ କଥା ହେଉଛି, ଏଇଠି ଭିକ୍ଷା ମାଗିବା ସମୟରେ ଲୋକଙ୍କ ଠାରୁ ଇଂରାଜୀ ଶୁଣିଶୁଣି ଶିଖିଛନ୍ତି । ଏବଂ ମାତ୍ର ଦ୍ୱିତୀୟ ଯାଏଁ ପାଠପଢି ଥିବା ଶ୍ରୀପଦି ଖୁବ୍ ସନ୍ଦର ଇଂରାଜୀ କହୁଛନ୍ତି । ଯାହାକୁ ଶୁଣିଲେ ଆପଣ କେବେ ଚିନ୍ତା କରିପାରିବେ ନାହିଁ ଯେ, ସେ କେବେ ସ୍କୁଲ, କଲେଜ ମାଟି ମାଡି ନାହାନ୍ତି ।

Comments are closed.