କନକ ବ୍ୟୁରୋ: ଆବାସ ଯୋଜନା ପାଲଟିଛି ସାତସପନ । ଦୀର୍ଘ ୩୦ ବର୍ଷ ହେଲା ପଲିଥିନ୍ ଢଙ୍କା ଝାଟିମାଟି କୁଡିଆରେ ବିତୁଛି ଜୀବନ । ଅସ୍ତରଙ୍ଗ ଓ କାକଟପୁରରେ ଦୁଇଟି ପରିବାରର ଅତି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି । ବାରମ୍ବାର ଭୋଟ୍ ଦେଉଛନ୍ତି, ପ୍ରତିଶ୍ରୁତି ବି ପାଉଛନ୍ତି । ହେଲେ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳିପାରିନି । ଗାଁର ପୁନେଇ ବେୱା ଦୀର୍ଘ ୩୦ ବର୍ଷ ହେଲା ଚାଲଛପର କୁଡିଆ ତଳେ ରହୁଛନ୍ତି । ଖଣ୍ଡିଏ ପଲିଥିନ୍ ଢାଙ୍କିଛନ୍ତି ଘରେ, ତାରି ଭିତରେ ଜୀବନ ଜୀଉଁଥିବା ବେଳେ ଅନେକ ଅଭିଯୋଗ କରି ନିରାଶ ହୋଇପଡିଛନ୍ତି । ହେଲେ ଘର ଖଣ୍ଡିଏ ତାଙ୍କୁ ମିଳିପାରିନି ।

Advertisment

ସେହିଭଳି ଦୀର୍ଘ ୨୦ ବର୍ଷ ହେଲା ସେବତୀ ସେଠୀ ଅସହାୟ ହୋଇ ବଞ୍ଚିଛନ୍ତି । ପକ୍କା ଘର ଖଣ୍ଡିଏ ପାଇଁ ବହୁବାର ଅନୁରୋଧ କରି ମଧ୍ୟ ନିରାଶ ହୋଇପଡିଛନ୍ତି । ପ୍ରତିଥର ସେବତୀଙ୍କ ଏହି ଅଭାବୀ ପରିବାରକୁ ପ୍ରତିଶ୍ରୁତି ଦିଆଯାଏ । ହେଲେ ସବୁ ସେହି ପ୍ରତିଶ୍ରୁତି ଭିତରେ, ଏବେ ବି ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ସେବତୀ ଓ ତାଙ୍କ ପରିବାର । ପଲିଥିନ୍ ଢଙ୍କା କୁଡିଆରେ ଜୀବନ ବିତୁଥିବା ବେଳେ ବାକି ଜୀବନ ବି ଏହି କୁଡିଆରେ ବିତିଯିବ ବୋଲି କୁହନ୍ତି ସେବତୀ ।

ବୟସର ଅପରାହ୍ନରେ ଘର ଖଣ୍ଡିଏ ପାଇଁ ନିରାଶ ହୋଇ ବି ମିଳିନଥିବା ବେଳେ ଏହି ବୃଦ୍ଧା ମାନଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ ଘର ଖଣ୍ଡିଏ ଯୋଗାଇବା ଜରୁରୀ ହୋଇପଡିଛି ।