କନକ ବ୍ୟୁରୋ: ଦିଲ୍ଲୀ ଆଶା କିରଣ ସେଲଟର ହୋମରେ ଶିଶୁ ମୃତ୍ୟୁ । ଶିଶୁଙ୍କ ପାଇଁ ଡେଥ ଚାମ୍ବର ପାଲଟିଛି ଆଶା କିରଣ ହୋମ । ଗୋଟିଏ ମାସରେ ୧୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ । ମାନସିକ ରୂପେ ଅସୁସ୍ଥ ଶିଶୁମାନଙ୍କୁ ଆଶା କିରଣ ହୋମରେ ରଖାଯାଇଥାଏ । ଶିଶୁ ମୃତ୍ୟୁ ଘଟଣାରେ ଦିଲ୍ଲୀ ମନ୍ତ୍ରୀ ଆତସୀ ମାଜିଷ୍ଟ୍ରେସ୍ତରୀୟ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଗତ ୭ ମାସ ଭିତରେ ଏଠାରେ ୨୭ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏଥି ମଧ୍ୟର କେବଳ ଜୁଲାଇ ମାସରେ ୨୦ ଦିନ ମଧ୍ୟରେ ୧୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଶିଶୁଙ୍କ ରକ୍ଷଣା ବେକ୍ଷଣ ଓ ସଠିକ ପାନୀୟ ବ୍ୟବସ୍ଥା ନଥିବାରୁ ଶିଶୁଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଜାନୁୟାରୀରେ ୩, ଫେବ୍ରୁୟାରୀରେ ୨, ମାର୍ଚ୍ଚରେ ୩, ଏପ୍ରିଲ ମାସରେ ୨,ମେ ମାସରେ ୧, ଜୁନ ମାସରେ ୩ ଓ ଜୁଲାଇ ମାସରେ ହୋଇଛି ୧୩ ଜଣଙ୍କ ମୃତ୍ୟୁ । ଆଶା କିରଣ ପ୍ରଶାସନ ପକ୍ଷରୁ ଶିଶୁ ମୃତ୍ୟୁ ସମ୍ପର୍କରେ ଏପର୍ୟ୍ୟନ୍ତ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।