ପୁଣି ଏକ ମାମଲାରେ ଭାରତକୁ ପଛରେ ପକାଇଲା ଚୀନ। ଜାଣନ୍ତୁ ସ୍ୱାଧୀନତା ପରେ କିଭଳି ଆଗକୁ ଗଲା ଏହି ରାଷ୍ଟ୍ର

203

କନକ ବ୍ୟୁରୋ : ବିଶ୍ୱରେ ଭାରତ ଓ ଚୀନ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ୨ ଟି ରାଷ୍ଟ୍ର । ବିଶ୍ୱ ଜନସଂଖ୍ୟାର ୪୦ ପ୍ରତିଶତ ଲୋକ କେବଳ ଏହି ଦୁଇଟି ଦେଶରେ ରହିଛନ୍ତି । ମାତ୍ର ଏବେ ଏହି ଦୁଇଟି ଦେଶର ଲୋକମାନଙ୍କ ହାରାହାରୀ ଆୟୁଷରେ ୮ ବର୍ଷ ଅନ୍ତର ଦେଖାଦେଇଛି । ଗୋଟିଏ ପଟେ ଚୀନର ଲୋକମାନଙ୍କ ହାରାହାରୀ ବୟସ ୭୭ ବର୍ଷ ଥିବା ବେଳେ ଭାରତରେ ଏହା ୭୦ ବର୍ଷ ମଧ୍ୟରେ ରହିଛି ।

ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନ (ଏନଏଚସି) ମଙ୍ଗଳବାର ଦିନ ଲାଇଫ ଏକ୍ସପେକ୍ଟେସୀ ଅର୍ଥାତ ହାରାହାରୀ ଆୟୁଷ ବାବଦରେ ଏକ ରିପୋର୍ଟ ଜାରି କରିଛି । ଏଥିରେ ସ୍ପଷ୍ଟ କରାଯାଇଛି କି, ଚୀନ ନାଗରିକଙ୍କ ହାରାହାରୀ ଆୟୁଷ ୭୭.୯ ବର୍ଷ ଉପରେ ରହିଛି ।

କହିରଖୁ କି ୧୯୪୯ ମସିହାରେ ଯେତେବେଳେ ଚୀନରେ କମ୍ୟୁନିଷ୍ଟ ପାର୍ଟି କ୍ଷମତା ଦଖଲ କଲା ସେତେବେଳେ ଚୀନ ନାଗରିକଙ୍କ ହାରାହାରୀ ଆୟୁଷ ୩୫ ବର୍ଷ ଥିଲା । ହେଲେ ୧୯୪୮ ରେ ଭାରତ ସ୍ୱାଧୀନ ହେବା ବେଳକୁ ଭାରତୀୟ ନାଗରିକଙ୍କ ହାରାହାରୀ ଆୟୁଷ ୩୨ ବର୍ଷ ଥିଲା । ସେହି ତୁଳନାରେ ଏବେ ସାମ୍ପଲ ରେଜିଷ୍ଟେସନ ସିଷ୍ଟମର ରିପୋର୍ଟ ମୁତାବକ ଭାରତୀୟ ମାନଙ୍କର ହାରାହାରୀ ଆୟୁଷ ୬୯.୭ ବର୍ଷ ରହିଛି । ଅର୍ଥାତ ଚୀନର ଲୋକମାନେ ଭାରତୀୟ ଲୋକଙ୍କ ଠାରୁ ଅଧିକ ୮ ବର୍ଷ ବଞ୍ଚୁଛନ୍ତି ।