କନକ ବ୍ୟୁରୋ: ଦେଶ ମାତୃକାର ସେବା ଭାଗ୍ୟରେ ଥିଲେ ମିଳେ । ପୁଣି ମାତୃଭୂମି ପାଇଁ ପ୍ରାଣ ବଳି ଦେବା ଅନେକ ଜନ୍ମର ପୂଣ୍ୟ ବଳରେ ମିଳେ । ଏହି ସୌଭାଗ୍ୟର ଅଧିକାରୀ ହୋଇଛନ୍ତି ବିହାର ବେଗୁସରାଇ ବାସିନ୍ଦା ଲେପ୍ଟେନାଣ୍ଟ ଋଷି କୁମାର । ଖୁବ୍ କମ ବୟସରେ ଦେଶ ପାଇଁ ପ୍ରାଣ ଦେଇ ଅମର ହୋଇଯାଇଛନ୍ତି । ତାଙ୍କର ଏହି ବଳିଦାନକୁ ଗାଁ ଠାରୁ ଦେଶବାସୀ ସମସ୍ତେ ସଲାମ କରୁଛନ୍ତି ।

Advertisment

ସୂଚନା ମୁତାବକ, ଆଉ ଦିନ କେଇଟା ପରେ ଘର ଅଗଣାରୁ ଉଠିଥାନ୍ତା ଭଉଣୀର ସବାରୀ । ଏଥିପାଇଁ ଜୋରସୋର ଚାଲିଥିଲା ପ୍ରସ୍ତୁତି । ଏଥିପାଇଁ ଘରକୁ ଆସନ୍ତା ୨୨ ତାରିଖରେ ଘରକୁ ଆସିଥାନ୍ତେ ଋଷି କୁମାର । ହେଲେ ଏହା ପୂର୍ବରୁ ଘରକୁ ଫେରିଆସିଲେ ଋଷି କୁମାର । ହେଲେ ତ୍ରିରଙ୍ଗା ଢାଙ୍କି ହୋଇ, ସବୁ ଦିନ ପାଇଁ ବିଦାୟ ନେଇଯିବା ପାଇଁ ।
ଶନିବାର ଲାଇନ୍ ଅଫ୍ କଣ୍ଟ୍ରୋଲ ନିକଟରେ ରାଜୌରୀ ସୁନ୍ଦରବନ ସେକ୍ଟରରେ ପ୍ୟାଟ୍ରୋଲିଙ୍ଗ କରୁଥିବା ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫାରଣ ଯୋଗୁଁ ଋଷି କୁମାର ଓ ପଞ୍ଜାବର ଭତିଣ୍ଡା ଅନ୍ତର୍ଗତ ସିର୍ବେଓ୍ଵାଲ୍‌ ବାସିନ୍ଦା ସିପାହୀ ମନ୍‌ଜୀତ୍‌ ସିଂହ ଘଟଣାସ୍ଥଳରେ ସହିଦ ହୋଇଥିବାବେଳେ ଅନ୍ୟ ୩ ଯବାନ ଗୁରୁତର ଆହତ ହୋଇଥିଲେ । ଏହି ଖବର ତାଙ୍କ ପରିବାରକୁ ସନ୍ଧ୍ୟାରେ ମିଳିବା ପରେ କେବଳ ତାଙ୍କ ଗାଁରେ ନୁହେଁ ବରଂ ସୁପୁତ୍ରକୁ ହରାଇବା ଦୁଃଖରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା ।

ମାତ୍ର ବର୍ଷକ ପୂର୍ବରୁ ସେନାରେ ଯୋଗ ଦେଇଥିଲେ ଋଷି କୁମାର । ଘରର ଏକମାତ୍ର ପୁଅ ଥିଲେ ଋଷି କୁମାର । ତାଙ୍କର ପାର୍ଥିବ ଶରୀର ବେଗୁସରାଇରେ ପହଞ୍ଚିବା ପରେ ସ୍ଥାନୀୟ ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବୁଦ୍ଧିଜୀବୀ ପହଂଚି ଶ୍ରଦ୍ଧାଂଜଳି ଦେଇଛନ୍ତି ।