କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି । ଭୁବନେଶ୍ୱର ଫରେନସିକ ଲାବରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଆଗକୁ ତଦନ୍ତ ଘେରର ଥିବା ଅନ୍ୟ ବ୍ୟକ୍ତିମାନଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇପାରେ ।
ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତଦନ୍ତ ଘେରରେ ଥିବା ବ୍ୟକ୍ତି ବାରମ୍ବାର ବୟାନ ବଦଳାଇବାରୁ ଅଡୁଆରେ ପଡିଥିଲା କ୍ରାଇମବ୍ରାଂଚ । ଏହାପରେ ଲାଇ ଡିଟେକ୍ସନ ଟେଷ୍ଟ କରି ପ୍ରକୃତ ସତ ବାହାର କରିବାକୁ ନିଷ୍ପତି ନିଆଯାଇଥିଲା । ଏନେଇ ତଦନ୍ତ ଘେରରେ ଥିବା ସମସ୍ତ ବ୍ୟକ୍ତିଙ୍କ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଫରେନସିକ ଡିପାର୍ଟମେଂଟକୁ ଆବେଦନ କରିଥିଲା କ୍ରାଇମବ୍ରାଂଚ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/13-31.jpg)