ବିଦ୍ୟାଭାରତୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ସତ ଧରିବ ମିଛଧରା ମେସିନ । 

Advertisment
ବିଦ୍ୟାଭାରତୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ସତ ଧରିବ ମିଛଧରା ମେସିନ । 

କନକ ବ୍ୟୁରୋ : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ଅକୁହା ସତ୍ୟକୁ ଖୋଜି ଚାଲିଛି କ୍ରାଇମବ୍ରାଞ୍ଚ। ତଦନ୍ତ ପୋଥିକୁ ପ୍ରଥମରୁ ଶେଷ ଯାଏ ଓଲଟପାଲଟ କରି ଚାଲିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଭେଦ କରିବାରେ ବିଫଳ ହେବା ପରେ ମିଛଧରା ପରୀକ୍ଷା ହିଁ କ୍ରାଇମବ୍ରାଞ୍ଚ ନିକଟରେ ଏକମାତ୍ର ବିକଳ୍ପ ଭାବେ ରହିଯାଇଛି। ସୌମ୍ୟଙ୍କ ପରିବାର ପକ୍ଷରୁ ଦର୍ଶାଯାଇଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କର ମିଛଧରା ପରୀକ୍ଷା ସରିଛି। ଏବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କର ପାଳି। ଆଜି କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା କରିବ । ଆଉ ଏଥିପାଇଁ ରାଜ୍ୟ ଫରେନସିକ ଲାବୋରେଟରୀରେ ପହଞ୍ଚିଛନ୍ତି ବିଦ୍ୟାଭାରତୀ ।

ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଭାରତୀଙ୍କୁ କଣ ପ୍ରଶ୍ନ ପଚରାଯିବ ଓ ବିଦ୍ୟାଭାରତୀ କଣ ଉତ୍ତର ଦେବେ ।  ବିଦ୍ୟାଭାରତୀଙ୍କ ଉତ୍ତର ସତ ନା ମିଛ ତାହାର ଟିକିନିକି ତଥ୍ୟ ଆଜି ହାସଲ କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କର କିଭଳି ମୃତ୍ୟୁ ହେଲା, ସୌମ୍ୟଙ୍କ ମୃତ୍ୟୁରେ ତାଙ୍କର ହାତ ଅଛି କି? ସୌମ୍ୟଙ୍କ ମୃତ୍ୟୁରେ ଡିଏଫଓଙ୍କ ସଂପୃକ୍ତି ରହିଛି କି ଏଭଳି ଅନେକ ପ୍ରଶ୍ନ ପଚରାଯାଇପାରେ । ପୂର୍ବରୁ ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ଆଉ ଆଜି ବିଦ୍ୟାଭାରତୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ଆଉ ୩ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ତଥ୍ୟ ଆଧାରରେ ତଦନ୍ତକାରୀ ସଂସ୍ଥା ଏଦିଗରେ ତଦନ୍ତକୁ ଆଗକୁ ବଢାଇବ । ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୨ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏଯାଏଁ ତଦନ୍ତକାରୀ ସଂସ୍ଥା ସଫଳତା ପାଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe